ଓଡିଶା

ପଚାଶ ଟଙ୍କା ପକାଇ ଝାମ୍ପିନେଲେ ଲକ୍ଷେ ଟଙ୍କା

ବାଣପୁର, ୨୭।୧୧(ବିନାୟକ ନିୟୁଜ୍): ବାଣପୁର ବଜାର ମଝିରୁ ଦିନ ଦ୍ବିପ୍ରହରରେ ୫୦ ଟଙ୍କାର ଲୋଭ ଦେଖାଇ ଦୁର୍ବୁତ୍ତମାନେ ଏକ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଆଜି ବାଣପୁର ଥାନା ଭୀମପୂର ଗାଁ ର ବିପିନି ବିହାରୀ ଦାଶ ବଜାରରେ ଥିବା ୟୁକୋ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇ ଏକ ଜରି ବ୍ୟାଗରେ ରଖି ସାଇକେଲରେ ଓହଳାଇ ଘରକୁ ଯାଉଥିଲେ | ବଜାର ମଝି ରଘୁନାଥ ସାହି ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି କହିଲେ ୫୦ ଟଙ୍କା ପଡିଯାଇଛି | ବିପିନ ୫୦ ଟଙ୍କା ଗୋଟାଇବାକୁ ଗଲାବେଳେ ଜଣେ ଲୁଟେରା ସାଇକେଲରୁ ବ୍ୟାଗ ନେଇ ସାଥି ବାଇକ ବସି ବାଲୁଗାଁ ଅଭିମୁଖେ ଚମ୍ପଟ ମାରିଥିଲେ | ଏନେଇ ବାଣପୁର ଥାନାରେ ଅଭିଯୋଗ ପରେ ରାସ୍ତା ରେ ଥିବା ବିଭିନ୍ନ ସସିଟିଭି କୁ ଯାଞ୍ଚ କରି ତଦନ୍ତ କରୁଛି ବାଣପୁର ପୁଲିସ |

Related Articles

Leave a Reply

Your email address will not be published. Required fields are marked *

Back to top button