ଓଡିଶା
ଦୁଷ୍କର୍ମ ଘଟଣାରେ ନିଆଳୀ ଯୁବନେତା ଗିରଫକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି, ଜବାବ ଦେଲେ ବିଧାୟକ

ନିଆଳୀ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିଆଳୀ ବିଜେପି ଯୁବନେତା ତଥା ସମିତି ସଭ୍ୟ ଶଶୀକାନ୍ତ ଲେଙ୍କା ଗିରଫ ପରେ ନିଆଳୀରେ ସରଗରମ ରାଜନୀତି । ଏହି ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ଏକ ପ୍ରତିବାଦ ସଭା କରିଛି । ଏଥିସହ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତଦନ୍ତ ପରିସରକୁ ଆଣିବାକୁ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ବିଜେଡି । ଅନ୍ୟପଟେ ଏହି ଘଟଣା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୁବନେତା ଶଶୀକାନ୍ତ ଲେଙ୍କାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଏହି ଘଟଣା ସମ୍ପର୍କରେ ନିଆଳୀ ବିଧାୟକ ଛବି ମଲ୍ଲିକ ଇଟିଭି ଭାରତକୁ କହିଛନ୍ତି ଯେ, ପୋଲିସ ଘଟଣାର ତଦନ୍ତ କରୁଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।



