ଓଡିଶା
ଧାମରା ମସ୍ତ୍ୟ ପୋତାଶ୍ରୟ ରେ ଶବ ଉଦ୍ଧାର

ଧାମରା,୧୨/୧୧, ଧାମରା ମସ୍ତ୍ୟ ପୋତାଶ୍ରୟ ନିକଟରେ ଏକ ଶବ କୁ ଧାମରା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ଖବରରୁ ଜଣାଯାଇଛି ମସ୍ତ୍ୟପୋତାଶ୍ରୟ ଅଧୀନରେ ଥିବା ବାଲେଶ୍ୱର ମେରାଇନ ଚିଙ୍ଗୁଡ଼ି କମ୍ପାନୀ ରେ ପଞ୍ଚୁଟିକ୍ରି ଗ୍ରାମର ଅବିନାଶ ଧଳ (୩୫)ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଥିଲା। ଉଦ୍ଧାର ହୋଇଥିବା ଶବ ଟି ସମ୍ପୃକ୍ତ ବ୍ୟକ୍ତି ର ବୋଲି ଜଣା ଯାଇଛି। ଏହା ଏକ ଅପମୃତ୍ୟୁ ହୋଇଥିବା ବେଳେ ଏ ନେଇ ଧାମରା ସାମୁଦ୍ରିକ ଥାନା ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରୀ ରହିଛି। ସ୍ଥାନୀୟ ବାସୀଙ୍କ ର ଅଭିଯୋଗ ଅନୁଯାଇ ବାଲେଶ୍ୱର ମେରାଇନ ଚିଙ୍ଗୁଡ଼ି କମ୍ପାନୀ ର କାର୍ଯ୍ୟରତ ସମସ୍ତ ଙ୍କୁ ତଦନ୍ତ ପରିସର ଭୁକ୍ତ କରିବା କୁ ଦାବୀ ହୋଇଛି।



