ଓଡିଶା

ତେଲିପାଲି ସ୍କୁଲରେ ଶିକ୍ଷକ ଅଭାବ ନେଇ ପକାଇଲେ ଅଭିଭାବକ ତାଲା

ସୁବର୍ଣ୍ଣପୁର, ୭/୧୧ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ତେଲିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ତେଜିଛି। ଦୀର୍ଘଦିନ ଧରି ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ପିଲାମାନଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଶିକ୍ଷକ ଅଭାବ ଯୋଗୁଁ ନିୟମିତ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।

ଏନେଇ ବାରମ୍ବାର ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନଥିବା ଅଭିଭାବକମାନେ କହିଛନ୍ତି। ଫଳରେ ନିଜ ପିଲାମାନଙ୍କ ଭବିଷ୍ୟତ ଓ ଶିକ୍ଷାର ମାନକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଶେଷରେ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ଏକଜୁଟ ହୋଇ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି। ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ପିଲାମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ମିଳିବ, ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

 

ଯଦି ଶିକ୍ଷକ ପୂରଣ ନ ହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି କହିଛନ୍ତି। ଅଭିଭାବକ ମାନେ

Related Articles

Leave a Reply

Your email address will not be published. Required fields are marked *

Back to top button