ଓଡିଶା

ମୋଭାଇମାନେ ପରିବାର ଅନୁଷ୍ଠାନ ତରଫରୁ ଏକ ଜରୁରୀ ବୈଠକ

ରିପୋର୍ଟ _( ନିରୋଜ କୁମାର ସେଠୀ) 

ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମା ତାରିଣୀ ମହାବିଦ୍ୟାଳୟର ପାଣିକୋଇଲି ର ସଭାଗୃହ ରେ ମୋଭାଇମାନେ ପରିବାର ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତି ଅଧ୍ୟାପକ ସଞ୍ଜୟ କୁମାର ଦଳାଇ ସଭାପତିତ୍ବ କରିଥିଲେ। ଉପଦେଷ୍ଟା ମଣ୍ଡଳୀ ର ଉପସ୍ଥିତ ରେ ଉକ୍ତ ସଭା ଦୀର୍ଘ ସମୟ ଧରି ଚାଲୁ ରହିଥିଲା।ଏହି ସଭାରେ କବି ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତି ମୋଭାଇମାନେ ପରିବାରର ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ।ସମାଜ ସେବୀ ଶ୍ରୀଯୁକ୍ତ ଦୀନ ବନ୍ଧୁ ଖୁଣ୍ଟିଆ ଅତ୍ୟନ୍ତ ଆଗ୍ରହର ସହିତ ସମାଜ ସେବାରେ ମହତ୍ଵ ବିଷୟରେ ପରିବାରକୁ ପରାମର୍ଶ ଦେଇଥିଲେ। ଶ୍ରୀ ଯୁକ୍ତ ବିପିନ ବିହାରୀ ଧଳ ଓ ଶ୍ରୀ ଯୁକ୍ତ ମଧୁସୁଦନ ପଣ୍ଡା ମୋ ଭାଇମାନେ ପରିବାରର ମହତ୍ଵ ଓ ପଞ୍ଜିକରଣ ବିଷୟରେ ଆଲୋଚନା କରିଥିଲେ।ଏଥି ସହିତ ସକ୍ରିୟ ସଭ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଯୁକ୍ତ କିଶୋର କୁମାର ମିଶ୍ର, ଶ୍ରୀଯୁକ୍ତ ଆର୍ତ୍ତବନ୍ଧୁ ବନ୍ଧୁ ବାରିକ୍, ଅର୍ପଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ବାରିକ୍,ନିରୋଜ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିବାବେଳେ ଉପସଭାପତି ଶ୍ରୀଯୁକ୍ତ ମୋହନ ଦାସ, ସହ ସମ୍ପାଦକ ବିକାଶ ଚନ୍ଦ୍ର ମଲ୍ଲିକ ଓ କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ କୀର୍ତ୍ତନ ବିହାରୀ ସାମଲ , ଅମୁଲ୍ୟ କୁମାର ବେହେରା ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଆଗାମୀ ଦିନରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରା ଯାଇ ଲୋକାଭିମୁଖୀ ହୋଇ ପାରିବ ଏହି ବିଷୟରେ ଆଲୋଚନା କରାଯାଇ ଥିଲା ସମ୍ପାଦକ ଶ୍ରୀ ଯୁକ୍ତ ଅଜୟ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button