ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ ରେଳ ଚଳାଚଳ ଆଂଶିକ ପ୍ରଭାବିତ

ସମ୍ବଲପୁର,୨୭ା୧୦(ସିଟି): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ରେଳବାଇ ପକ୍ଷରୁ ଜାରି ସୁଚନା ଅନୁଯାୟୀ, ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ବିଶାଖାପାଟଣା, ସିକନ୍ଦରାବାଦ, କିରଣ୍ଡୁଲ, ଜଗଦଲପୁର, ରାଉରକେଲା, ସମ୍ୱଲପୁର, ରାୟଗଡ଼ା, ହାଓଡ଼ା, ଭୁବନେଶ୍ୱର ଏବଂ କୋରାପୁଟକୁ ସଂଯୋଗ କରୁଥିବା ପ୍ରାୟ ୨୨ଟି ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନକୁ ବାତିଲ କିମ୍ୱା ନିୟନ୍ତ୍ରିତ କରାଯାଇଛି । ଅକ୍ଟୋବର ୨୭ ରୁ ନଭେମ୍ୱର ୫ ତାରିଖ ମଧ୍ୟରେ ଏହି ସେବା ଗୁଡ଼ିକ ପ୍ରଭାବିତ ରହିବ । ବାତିଲ ହୋଇଥିବା ମୁଖ୍ୟ ଟ୍ରେନ ଗୁଡ଼ିକ ମଧ୍ୟରେ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ, ରାଉରକେଲା-ଜଗଦଲପୁର ଇଣ୍ଟରସିଟି, ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ, ସିକନ୍ଦରାବାଦ-ହାଓଡ଼ା ଫାଲକନାମା ଏକ୍ସପ୍ରେସ, ସିକନ୍ଦରାବାଦ- ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ, ରାୟଗଡା – ଗୁଣ୍ଟୁର ଏକ୍ସପ୍ରେସ, ଭୁବନେଶ୍ୱର-ପୁଣେ ସୁପରଫାଷ୍ଟ ଏବଂ ନାନେ୍ଦଡ଼-ସମ୍ୱଲପୁର ନାଗାବଳୀ ଏକ୍ସପ୍ରେସ ଆଦି ସାମିଲ ରହିଛି । ଏହା ବ୍ୟତୀତ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସକୁ ୨୭ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ରାୟଗଡ଼ା ପର୍ଯ୍ୟନ୍ତ ସଂକ୍ଷିପ୍ତ କରାଯାଇଛି (ଶର୍ଟ-ଟର୍ମିନେଟ) । ଯାତ୍ରୀ ମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନ୍ୟାସନାଲ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ (ଏନଟିଇଏସ) କିମ୍ୱା ଅଫିସିଆଲ ୱେବସାଇଟ ଯାଞ୍ଚ କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି ।


