ଓଡିଶା

କୁଆଁର ପୂର୍ଣ୍ଣିମାରେ ମା’ ସାହାଡ଼ା ସୁନ୍ଦରୀଠାକୁରାଣୀଙ୍କ ପୂଜା ଓ ମେଳା, ସୋନାପୋଷି କାଦଡିହା କରଞ୍ଜିଆରେ ଜମିଲା ଆଦିବାସୀଙ୍କ ଭିଡ଼

ରାଇରଙ୍ଗପୁର/ ୨୭\୧୦\୨୬ :-ଅଠାରହ ଦେଉଳ ମା’ ସାହାଡ଼ା ସୁନ୍ଦରୀ ଠାକୁରାଣୀଙ୍କ ପୂଜାପୀଠ ସୋନାପୋଷି କଦାଡିହା କରଞ୍ଜିଆରେ କୁଆଁର ପୂର୍ଣ୍ଣିମା ଅବସରରେ ପୂଜା ଓ ମେଳା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଏକଦିବସୀୟ ମେଳାରେ ବହୁ ସଂଖ୍ୟାରେ ଆଦିବାସୀ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହୋଇଥିଲା।

 

ସୋନାପୋଷି ପନାଇଁ ବୁରୁବଙ୍ଗା ସେମଲେଦ ପୂଜା କମିଟିର ସଭାପତି ରାଜକିଶୋର ମୁର୍ମୁ, ସମ୍ପାଦକ ସିଂଗରାଇ ମୁର୍ମୁ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସୋରେନ, ବାବୁରାମ ମୁର୍ମୁ ଏବଂ ଗ୍ରାମର ସକ୍ରିୟ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ଉତ୍ସବଟି ସୁଚାରୁ ରୂପେ ଆୟୋଜିତ ହୋଇଥିଲା।

 

ଏହି ଅବସରରେ ବହଳଦାର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, କଦାଡିହା ସରପଞ୍ଚ ଶ୍ରୀମତୀ ସୁକମତି ସର୍ଦ୍ଦାର ଓ ପୂର୍ବତନ ସରପଞ୍ଚ ଗୋମା ସର୍ଦ୍ଦାର ଉପସ୍ଥିତ ରହିଥିଲେ।

 

ମେଳାର ମୁଖ୍ୟ ଆକର୍ଷଣ ଥିଲା ଆଦିବାସୀ ପାରମ୍ପରିକ ନୃତ୍ୟ, ଗୀତ ଓ ସାଂସ୍କୃତିକ ପରିବେଷଣ। ମହିଳା ଓ ପୁରୁଷମାନେ ସାମୂହିକ ଭାବେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ରାତିରେ ସାନ୍ତାଳୀ ନାଟକ ‘ଉୟହାରିଞ୍ କାନେମ, ହିଜୁଅ ମେରେ ଜୀବି ଜଲାନ ବେଳାରେ’ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିଲା।

 

ସ୍ଥାନୀୟ ଅଞ୍ଚଳରେ ମା’ ସାହାଡ଼ା ସୁନ୍ଦରୀଙ୍କ ପ୍ରତି ଭକ୍ତମାନଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି। ବର୍ଷକୁ ଥରେ ଏହି ପୀଠରେ ପୂଜା ଅନୁଷ୍ଠିତ ହେଉଥିବାରୁ ମାନସିକ ପୂରଣ ଆଶାରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି।

 

ଏହି ପୂଜାପୀଠ ନିକଟବର୍ତ୍ତୀ ବଣପାହାଡ଼ର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଯଥେଷ୍ଟ ସମ୍ଭାବନା ରଖିଛି। ଏହି ସ୍ଥାନକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ସହ ଆବଶ୍ୟକ ଭିତ୍ତିଭୂମି ଓ ଯାତାୟାତ ସୁବିଧା ଯୋଗାଇଦେବା ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button