ଓଡିଶା
ଆଇନଜୀବୀଙ୍କ ଝୁଲନ୍ତା ମୃତଦେହକୁ ନେଇ_ସନ୍ଦେହ
ଭୁବନେଶ୍ୱର ( ଦେବାଶିଷ ଦାଶ ) ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନିରେ ରହୁଥିବା ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହକୁ ଧଉଳି ପୁଲିସ ଜବତ କରିଛି। ମୃତଦେହଟି ସେ ରହୁଥିବା ଭଡ଼ା ଘରର ପଙ୍ଖାରେ ଝୁଲୁଥିଲା। ତାଙ୍କ ନାକ ଓ ପାଟିରୁ ରକ୍ତ ପଦାକୁ ବାହାରି ଆସିଥିଲା। ଦେହରେ କେବଳ ଅନ୍ତଃବସ୍ତ୍ର ଥିଲା। ଖଟରେ ଦୁଇଟି ମୋବାଇଲ, ଘର ନିକଟରେ ମଦ ବୋତଲ, ପୋଡ଼ା ସିଗାରେଟ୍ ପଡ଼ିଥିଲା। ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ ପାଦ ଦୁଇଟି ଏକଦମ୍ ତଳେ ଲାଗି ଥିଲା। ପାରିପାର୍ଶ୍ବିକ ପରିସ୍ଥିତିରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ରାତିରେ ତାଙ୍କ ସହିତ ଥିବା ପୁରୁଷ ବନ୍ଧୁଜଣକ ଫେରାର ହୋଇଯାଇଛନ୍ତି। ଫଳରେ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଛି।



