ଓଡିଶା

ମୁଗପାଳ କଲେଜ ପରିସରରେ ଭିଜିଲାନ୍ସ ସଚେତନତା ସଭା ଅନୁଷ୍ଠିତ

ଯାଜପୁର:ତା ୨୮. ୧୦. ୨୦୨୬ ରିଖ ଆଜି ମୁଗପାଳ କଲେଜ ପରିସରରେ ଭିଜିଲାନ୍ସ ବିଭାଗ, ଯାଜପୁର ପକ୍ଷରୁ ଡିଏସ୍‌ପି ଭିଜିଲାନ୍ସ ସୁଶୀଲ କୁମାର ଏକ୍କା ଙ୍କ ଆୟୋଜନରେ ଏକ ଭିଜିଲାନ୍ସ ସଚେତନତା ସଭା ଓ ରାଲି ଅନୁଷ୍ଠିତ ହୋଇଯାଇଛି। ସମାଜରୁ ଦୁର୍ନୀତି ଦୂର କରିବା ସହିତ ସଚ୍ଚୋଟତା, ସ୍ୱଚ୍ଛତା, ନୈତିକତା ଓ ସାଧୁତାର ମୂଲ୍ୟବୋଧକୁ ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ରଛାତ୍ରୀ, ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ଏହି ସଭା ରେ ପ୍ରାୟ ୨୦୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିମୁକ୍ତ ସମାଜ ଗଠନ, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହିତ ଦୁର୍ନୀତି ବିରୋଧରେ ସମସ୍ତଙ୍କୁ ସଚେତନ ଓ ସକ୍ରିୟ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା

Related Articles

Leave a Reply

Your email address will not be published. Required fields are marked *

Back to top button