ରୁଙ୍ଗଟା ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରସ୍ତାବିତ ସମନ୍ୱିତ ଇସ୍ପାତ କାରଖାନା ସମ୍ପର୍କିତ ଜନଶୁଣାଣି ସ୍ଥଗିତ
ରାଇରଙ୍ଗପୁର ତା ୨୮-୧୦-୨୦୨୬ (ଶ୍ଯାମଳେନ୍ଦୁ ପରିଡା) ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ଦାଣ୍ଡବୋଷ, ଆନନ୍ଦପୁର ଓ କାଣ୍ଟାବଣୀ ଗ୍ରାମରେ ମେସର୍ସ ରୁଙ୍ଗଟା ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରସ୍ତାବିତ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ ସମ୍ପର୍କରେ ଆସନ୍ତା ୦୪ ନଭେମ୍ବର ୨୦୨୬ ତାରିଖ ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ଦାଣ୍ଡବୋଷ ଫୁଟବଲ୍ ପଡ଼ିଆଠାରେ ହେବାକୁ ଥିବା ନିର୍ଦ୍ଧାରିତ ଜନଶୁଣାଣିକୁ ଆପାତତଃ ସ୍ଥଗିତ ରଖାଯାଇଛି।
ଆସନ୍ତା ତା ୦୪-୧୧-୨୦୨୬ ଓ ତା ୦୫-୧୧-୨୦୨୬ ରିଖରେ ଭାରତର ମାନନୀୟା ରାଷ୍ଟ୍ରପତିଙ୍କର ଏହି ଅଞ୍ଚଳକୁ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଉକ୍ତ ଜନଶୁଣାଣିକୁ ସ୍ଥଗିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ସମ୍ପୃକ୍ତ ଗ୍ରାମଗୁଡ଼ିକର ଜନସାଧାରଣ ତଥା ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଅବଗତ କରାଇବା ପାଇଁ ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ପ୍ରଚାର ମାଧ୍ୟମରେ ବ୍ୟାପକ ସୂଚନା ପ୍ରସାର କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ଉକ୍ତ ତାରିଖରେ ଜନସାଧାରଣ ଏକତ୍ରିତ ନ ହେବାକୁ ଅନୁରୋଧ କରାଯାଇଛି।
ଜନଶୁଣାଣିର ପରବର୍ତ୍ତୀ ତାରିଖ ଓ ସମୟ ସମ୍ପର୍କରେ ସ୍ଥାନୀୟ ଅଂଚଳ ଲୋକମାନଙ୍କୁ ତଥା ଜନସାଧାରଣ ସମୂହଙ୍କୁ ଉଚିତ ସମୟରେ ସୂଚାଇ ଦିଆଯିବ
ବୋଲି ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ଉଗ୍ରେସନ ଓରାମ ତା’ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୭୮୮୨ /ତା ୨୬-୧୦-୨୦୨୬ ଜରିଆରେ ସୂଚୀତ କରିଛନ୍ତି ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାଇରଙ୍ଗପୁରଙ୍କ ଠାରୁ ପ୍ରକାଶ।
ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ


