ଓଡିଶା

ତପ୍ତପାଣି ଘାଟିରେ ଭୂସ୍ଖଳନ ଆଶଙ୍କା, ରାସ୍ତା ଉପରେ ବଡ଼ ବଡ଼ ପଥର

ଗଞ୍ଜାମ: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଜପତି ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ତପ୍ତପାଣି ଘାଟିରେ ପରିସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ ଧସିବା ସହ ବଡ଼ ବଡ଼ ପଥର ରାସ୍ତା ଉପରକୁ ଖସି ପଡ଼ିଛି। ଅନେକ ସ୍ଥାନରେ ରାସ୍ତାର କିଛି ଅଂଶ ଧୋଇଯାଇଥିବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପରିସ୍ଥିତି କଳିଙ୍ଗା ଘାଟିର ବିପଦପୂର୍ଣ୍ଣ ସ୍ଥିତିକୁ ମନେ ପକାଇ ଦେଇଛି। ତପ୍ତପାଣି ଘାଟି ଦେଇ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ବ୍ରହ୍ମପୁରରୁ ଦକ୍ଷିଣ ଓଡ଼ିଶାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଭୂସ୍ଖଳନ ଓ ପଥର ଖସିବାର ଆଶଙ୍କା ଥିବାରୁ ପ୍ରଶାସନ ଗୁରୁବାରଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଘାଟି ରାସ୍ତାକୁ ବନ୍ଦ ରଖିଥିଲା। ତେବେ ବର୍ଷା ଓ ପାହାଡ଼ରୁ ପଥର ଖସିବାର ବିପଦ ସମ୍ପୂର୍ଣ୍ଣ ଟଳିନଥିବାରୁ ଘାଟି ଅଞ୍ଚଳ ଏବେ ମଧ୍ୟ ବିପଦସଙ୍କୁଳ ରହିଛି। ତେଣୁ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ଓ ସୁରକ୍ଷା ସ୍ଥିତି ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଯାତ୍ରୀ ଓ ଗାଡ଼ି ଚାଳକମାନଙ୍କୁ ଏହି ରାସ୍ତାରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button