ଓଡିଶା

ଡିଜେର ଶବ୍ଦ ନୁହେଁ, ମାନବିକତାର ସ୍ୱର ଉଚ୍ଚ ହେଉ”: ଜନସାଧାରଣଙ୍କୁ ଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କ ନିବେଦନ

କଟକ: ପର୍ବପର୍ବାଣୀ ଓ ସାମାଜିକ ଉତ୍ସବ ପାଳନ ସମୟରେ ଆନନ୍ଦ, ଉଲ୍ଲାସ ଓଉତ୍ସାହ ସହିତ ଶୃଙ୍ଖଳା, ସଂଯମ ଏବଂ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁସେଣ୍ଟ୍ରାଲ ରେଞ୍ଜ ଆଇଜି ଡକ୍ଟର ସତ୍ୟଜିତ ନାୟକ ଜନସାଧାରଣଙ୍କୁ ନିବେଦନକରିଛନ୍ତି। ଡିଜେ ସଙ୍ଗୀତ ଓ ଉଚ୍ଚ ଶବ୍ଦର ମନୋରଞ୍ଜନ ଅପେକ୍ଷା ମଣିଷର ଜୀବନ, ସ୍ୱାସ୍ଥ୍ୟ ଓ ସୁରକ୍ଷା ଅଧିକ ମୂଲ୍ୟବାନ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଏକସଚେତନତାମୂଳକ ବାର୍ତ୍ତାରେ ଡକ୍ଟର ନାୟକ କହିଛନ୍ତି ଯେ, ଉତ୍ସବ ପାଳନର ପ୍ରକୃତଉଦ୍ଦେଶ୍ୟ ହେଉଛି ସମାଜରେ ଖୁସି, ଭାଇଚାରା, ସଦ୍‌ଭାବନା ଓ ଏକତାର ଭାବନାକୁସୁଦୃଢ଼ କରିବା, କିନ୍ତୁ ଅତ୍ୟଧିକ ଶବ୍ଦ, ଅନିୟନ୍ତ୍ରିତ ଶୋଭାଯାତ୍ରା, ବେପରୁଆ ଗାଡ଼ିଚାଳନା ଓ ଅସାବଧାନତା ଯୋଗୁଁ ଉତ୍ସବର ଆନନ୍ଦ ଦୁର୍ଘଟଣା ଓ ଅଘଟଣରେପରିଣତ ହେବା ଉଚିତ ନୁହେଁ। କିଛି ଘଣ୍ଟାର ମନୋରଞ୍ଜନ ପାଇଁ ଗୋଟିଏ ଅମୂଲ୍ୟଜୀବନକୁ ବିପଦରେ ପକାଇବା କେବେ ମଧ୍ୟ ଗ୍ରହଣୀୟ ନୁହେଁ। ବିଶେଷକରିଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇ ସେ କହିଛନ୍ତି ଯେ, ଉତ୍ସବରେ ଆନନ୍ଦ କରନ୍ତୁ, ନାଚନ୍ତୁ, ଗାଆନ୍ତୁ, ନିଜ ଖୁସିକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ, କିନ୍ତୁ ନିଜର ଓ ଅନ୍ୟମାନଙ୍କଜୀବନ ସୁରକ୍ଷାକୁ କେବେ ଭୁଲନ୍ତୁ ନାହିଁ। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା, ଚଳନ୍ତା ଗାଡ଼ି ଉପରେ ବିପଜ୍ଜନକ କାର୍ଯ୍ୟ କରିବା, ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବାଓ ଅନ୍ୟମାନଙ୍କ ଯାତାୟାତରେ ବାଧା ସୃଷ୍ଟି କରିବାରୁ ସମସ୍ତେ ଦୂରେଇ ରହିବାଆବଶ୍ୟକ। ଅତ୍ୟଧିକ ଶବ୍ଦ ଯୋଗୁଁ ବୟସ୍କ ବ୍ୟକ୍ତି, ଶିଶୁ, ରୋଗୀ ଓ ଛାତ୍ରଛାତ୍ରୀମାନେଶାରୀରିକ ଓ ମାନସିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଡିଜେ ଓଶବ୍ଦବର୍ଦ୍ଧକ ଯନ୍ତ୍ର ବ୍ୟବହାର ସମୟରେ ନିର୍ଦ୍ଧାରିତ ଶବ୍ଦସୀମା, ଅନୁମୋଦିତ ସମୟ ଓପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବା ସହିତ ଅନ୍ୟମାନଙ୍କ ଅଧିକାର ଓସୁବିଧା ପ୍ରତି ସମ୍ମାନ ଦେବା ଉଚିତ। ପୂଜା କମିଟି, ଉତ୍ସବ ଆୟୋଜକ, ଡିଜେ ମାଲିକଓ ସ୍ୱେଚ୍ଛାସେବୀମାନେ ମଧ୍ୟ ଶୃଙ୍ଖଳିତ ଓ ସୁରକ୍ଷିତ ଆୟୋଜନ ପାଇଁ ନିଜ ନିଜସ୍ତରରେ ଦାୟିତ୍ୱବାନ ଭୂମିକା ନିର୍ବାହ କରିବା ଦରକାର। ପୁଲିସ ଓ ପ୍ରଶାସନରନିର୍ଦ୍ଦେଶକୁ ସମ୍ମାନ ଦେବା, ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ଶାନ୍ତିଶୃଙ୍ଖଳାରକ୍ଷାରେ ସହଯୋଗ କରିବା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେମତ ପ୍ରକାଶ କରିଛନ୍ତି। ଜୀବନର ମୂଲ୍ୟ ଓ ପରିବାରର ଭାବନାକୁ ଗୁରୁତ୍ୱ ଦେଇଆଇଜି ଡକ୍ଟର ସତ୍ୟଜିତ ନାୟକ ଏକ ହୃଦୟସ୍ପର୍ଶୀ ଆହ୍ୱାନ ଜଣାଇ କହିଛନ୍ତି, “ଆସନ୍ତୁ, ଡିଜେର ଶବ୍ଦ ନୁହେଁ, ମାନବିକତାର ସ୍ୱରକୁ ଉଚ୍ଚ କରିବା। ଦୁର୍ଘଟଣା ନୁହେଁ, ସୁରକ୍ଷାର ଉତ୍ସବ ପାଳନ କରିବା। ଜୀବନ ବଞ୍ଚାଇବା, ପରିବାରର ହସ ରକ୍ଷାକରିବା।” ତାଙ୍କର ଏହି ବାର୍ତ୍ତାର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ସବ ଆନନ୍ଦମୟ ହେଉ, ଆୟୋଜନ ଶୃଙ୍ଖଳିତ ହେଉ ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସମାଜର ଏକସାମୂହିକ ସଂକଳ୍ପରେ ପରିଣତ ହେଉ।

 

 

 

Related Articles

Leave a Reply

Your email address will not be published. Required fields are marked *

Back to top button