ଓଡିଶା

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ରାଷ୍ଟୀୟ ଏକତା ଦିବସ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା,ବ୍ଲକ ( ରାଜକିଶୋର ସେଠୀ )୩୧/୧୦/୨୦୨୬ କୁଚିଣ୍ଡା ରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟୀୟତା ଏକତା ଦିବସ ଅବସରରେ ‘ନିଶାମୁକ୍ତ ଯୁବ – ବିକଶିତ ଭାରତ ୧୦୦ ସପ୍ତାହ ଅଭିଯାନ’ ଏହି କାର୍ଯ୍ୟକ୍ରମ ମେରା ଯୁବା ଭାରତ ସମ୍ବଲପୁର ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (Sports Authority of India) ଙ୍କ ମିଳିତ ସହଯୋଗରେ କୁଚିଣ୍ଡାଠାରେ ଏକ ମିନି ମାରାଥନ୍ ଆୟୋଜିତ ହୋଇଥିଲା। ଏଇ ମାରାଥନ୍ ସମଲେଇ ମନ୍ଦିର ଠାରୁ ଆରମ୍ଭ ହୋଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶେଷ ହୋଇଥିଲା ଏହା କୁ ଉତଘାଟନ କରିଥିଲେ କୁଚିଣ୍ଡା ବି ଡି ଓ ଜୟନ୍ତ ସାହୁ, କୁଚିଣ୍ଡା ହସ୍ପିଟାଲ ର ଡ଼ ସୁବୋଧ ନାୟକ, କୁଚିଣ୍ଡା ଥାନା ର ଆଇ ଆଇ ସି ରାଧାକାନ୍ତ ବାରିକ କରିଥିଲା ବେଳେ ଉତଯାପନୀ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ର ସଭା ଗୃହ ରେ ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ -ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର; ଶ୍ରୀ ଜୟନ୍ତ ସାହୁ-ଗୋଷ୍ଠି ଉନ୍ନନୀୟ ଅଧିକାରୀ କୁଚିଣ୍ଡା; ଶ୍ରୀ ପ୍ରଦୀପ କୁମାର ଦାଶ, ଏସ୍‌ଡିପିଓ କୁଚିଣ୍ଡା; ଶ୍ରୀ ଅଭୟଦେବ ତିୱାରୀ- ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ସାଇଡ୍ ଇନ୍‌ଚାର୍ଜ; ଶ୍ରୀ ରାଧାକାନ୍ତ ବାରିକ -ଆଇଆଇସି କୁଚିଣ୍ଡା, ଶ୍ରୀ ରୁଦ୍ର ପ୍ରତାପ ଦେଓ, ସାଂସଦଙ୍କ ପ୍ରତିନିଧି (ଏମ୍‌ପି ନୋମିନି); ଏବଂ ଡା. ସୁବୋଧ କୁମାର ନାଏକ, ଭାରପ୍ରାପ୍ତ ଅଧିକାରୀ, ଉପଖଣ୍ଡ ଚିକିତ୍ସାଳୟ, କୁଚିଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ଏଇ ମଞ୍ଚ କୁ ପରିଚାଳନ କରିଥିଲେ ତରୁଣ ପ୍ରସାଦ ବିଶ୍ୱାଳ ଏହି ରନ ଅଫ ୟୁନିଟି କାର୍ଯ୍ୟକ୍ରମ ରେ ଆଶା ନର୍ସିଙ୍ଗ କଲେଜ ଛାତ୍ରୀ, କୁଚିଣ୍ଡା କଲେଜ ର ଏନ ସି ସି ଛାତ୍ର ଛାତ୍ରୀ ଅର୍ଡବହାଲ ର ସ୍କୁଲ ର ଛାତ୍ରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା କୁଚିଣ୍ଡା ବ୍ଲକ ର କର୍ମକର୍ତ୍ତା ସମେତ ପଞ୍ଚାୟତସ୍ତରୀୟ ଅଧିକାରୀ ଯୋଗ ଥିଲେ

ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଜାତୀୟ ଏକତା, ଅଖଣ୍ଡତା, ଦେଶପ୍ରେମ ଓ ସାମାଜିକ ସଦ୍‌ଭାବନାର ଗୁରୁତ୍ୱ ଉପରେ ନିଜ ନିଜର ମତାମତ ରଖିଥିଲେ। ଏକ ସୁଦୃଢ଼ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଯୁବପିଢ଼ିଙ୍କ ଏକତା ଓ ସକ୍ରିୟ ଭୂମିକା ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଏହା ସହିତ ‘ନିଶାମୁକ୍ତ ଯୁବ – ବିକଶିତ ଭାରତ’ ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା, ସୁସ୍ଥ ଜୀବନଶୈଳୀ ଆପଣାଇବା, ନିୟମିତ ବ୍ୟାୟାମ ଓ କ୍ରୀଡ଼ାରେ ଅଂଶଗ୍ରହଣ କରିବା ସହିତ ଦେଶର ବିକାଶରେ ଯୋଗଦାନ କରିବାକୁ ଆହ୍ୱାନ ଦିଆଯାଇଥିଲା।

 

ଏହି ମିନି ମାରାଥନ୍ କେବଳ ଏକ କ୍ରୀଡ଼ା କାର୍ଯ୍ୟକ୍ରମ ନୁହେଁ, ବରଂ ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟ ଏକତା, ଶୃଙ୍ଖଳା, ସୁସ୍ଥତା ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରସାର କରିବାର ଏକ ଉଲ୍ଲେଖନୀୟ ପ୍ରୟାସ ଥିଲା। ଏହି ଅବସରେ ନାଚ ଗୀତ ପ୍ରତିଯୋଗିତା ହୋଇ ଥିଲା ଉତ୍ରୀଣ ଛାତ୍ରୀ ମାନଙ୍କୁ ପ୍ରଶଂସ ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା

 

କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ମେରା ଯୁବା ଭାରତ, ସମ୍ବଲପୁରର କୁଚିଣ୍ଡା ବ୍ଲକ ଏନ୍‌ୱାଇଭି ସ୍ୱେଚ୍ଛାସେବିକା ସୌମିତ୍ରୀ ପ୍ରୁସେଠ, ମନ୍ଦାକିନୀ ମେହେର, ଲାୟନସ କ୍ଳବ ସଭାପତି ସତ୍ୟବାନ ବାଗ, ବୁଢାରଜା କ୍ଳବ ସଭାପତି ସେବକ ରାମ ପ୍ରଧାନ, ରୁପେଶ ମାଝୀ ପ୍ରକୃତି ବନ୍ଧୁ ସରୋଜ ମେହେର, ରୋଶନ କୁମାର ସାହୁ,ଖେଳ ଶିକ୍ଷକ ଚନ୍ଦନ କୁମାର ମାକର, ସରସ୍ବତୀ ଶିଶୁ ମନ୍ଦିର ର ଗୁରୁମା ଓ ଗୁରୁଜୀ ସମେତ ଆଶା ନର୍ସିଙ୍ଗ କଲେଜ ଶିକ୍ଷକ ଶିକ୍ଷୟତ୍ରୀ ବିଶେଷ ସହଯୋଗ କରିଥିଲେ। ଶେଷ ରେ ପ୍ରଧାନ ଆଚାର୍ଯ୍ୟ ପ୍ରଣବ କୁମାର ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button