ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଣ୍ଡିଖୋଲ,୦୧।୧୧,(ବିନାୟକ ନିୟୁଜ୍) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଭୂଷଣ୍ଡପୁର ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆବନ୍ଧି ଗ୍ରାମରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ଯ ଶେଷ ଅବସ୍ଥାରେ ପହଞ୍ଚିଛି। ସେଠାରେ ମା ଲକ୍ଷ୍ମୀ, ମା ବିମଳା, ଶ୍ରୀ ଗଣେଷଙ୍କ ମନ୍ଦିର ସହିତ ଆନନ୍ଦ ଭବନ ନିର୍ମାଣ ହୋଇଛି।ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଦେବ, ମା ସୁଭଦ୍ରା ଓ ପ୍ରଭୂ ସୁଦର୍ଶନ ଙ୍କ ବିଗ୍ରହ କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଛି। ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦୨୭ ଫେବୃଆରୀ ମାସର ଶେଷ ସପ୍ତାହରେ ସମ୍ପନ୍ନ ହେବାକୁ ନିଷ୍ପତି ନିଆଯାଇଛି।ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟ ର ସଭ୍ୟ ଚନ୍ଦନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଟ୍ରଷ୍ଟି ସଭ୍ୟ ଡି ଏସ, ପି, ଅମିତାଭ ମହାପାତ୍ର, ପ୍ରଭୁଙ୍କ ଚରଣାଶ୍ରିତ ସମର୍ପିତ ସେବକ ପ୍ରକାଶ କୁମାର ସାହୁ, ଡାକ୍ତର ବିଜୟ କୁମାର ଶତପଥୀ, ଶ୍ରୀମତୀ ମାଧୁରୀ ଶତପଥୀ, ଚିତ୍ତରଞ୍ଜନ ମହାପାତ୍ର, ବ୍ରହ୍ମାନନ୍ଦ ଦାଶ, ଦୁଃଖିଶ୍ୟାମ ସାହୁ,, ବି ବି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରିୟବ୍ରତ ମହାନ୍ତି, ଅଜାମ୍ବର ସାହୁ, ଶିଳ୍ପପତି ତଥା ଶାନ୍ତିଲତା ଟ୍ରାନ୍ସପୋର୍ଟର ନିର୍ଦ୍ଦେଶକ ଦିଲ୍ଲୀପ ଚୌଧୁରୀ, ଶ୍ରୀନିବାସ ଜେନା, ଦୀପକ୍ ମିଶ୍ର, ପ୍ରମୋଦ କୁମାର ନାୟକ,ବିଭୂତି ଭୂଷଣ ଜେନା, ଜଗନ୍ନାଥ୍ ମୁଦୁଲି, ଧନେଶ୍ଵର ସ୍ୱାଇଁ, ପ୍ରଶାନ୍ତ କୁମାର ଜେନା ସମେତ ଶତାଧିକ ଜଗନ୍ନାଥ ପ୍ରେମୀ ମାନେ ଯୋଗ ଦେଇଥିଲେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥ ହେଇଛନ୍ତି ବିଶ୍ଵର ଆରାଧ୍ୟ ଦେବତା,ଏହି ବାରୁଣବନ୍ତ୍ ପର୍ବତର ପାଦଦେଶରେ ପ୍ରଭୁଙ୍କ ମନ୍ଦିର, ନିକଟରେ ଦେବ ଦେବ ମହାଦେବ ଓ ମା ଚଣ୍ଡୀଙ୍କ ମନ୍ଦିର, ଏହାଏକ ଦର୍ଶନୀୟ ସ୍ଥାନ, ମନ୍ଦିର ପ୍ରତିଷ୍ଠା ପରେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ସ୍ଥାନ ପାଇବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶ୍ରୀ ମନ୍ଦିର କିପରି ପ୍ରତିଷ୍ଠା ହୋଇ ପାରିବ ତାହା ସମସ୍ତ ସଭ୍ୟ ମାନଙ୍କର କର୍ତ୍ତବ୍ୟ। ମାର୍ଚ୍ଚ ୧ତାରିଖରେ ପ୍ରଭୂ ରାତ୍ନ ସିଂହାସନ ରେ ବିଜେ କରି ଭକ୍ତ ମାନଂକୁ ଦର୍ଶନ ଦେବେ, ବୋଲି ଆଲୋଚନା ହୋଇଥିଲା। ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଁ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମୁଖ୍ୟ ସେଵକ ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଓ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ଵତୀ ଙ୍କୁ ସାକ୍ଷାତ କରି ଚୂଡ଼ାନ୍ତ କରିବା ପାଇଁ ପଣ୍ଡିତ୍ ବିଜୟ କୁମାର କର ଓ ଅମିତାଭ ମହାପାତ୍ରଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ରଥଯାତ୍ରା ସମୟରେ ପ୍ରଭୁଙ୍କୁ ରଥରେ ବସାଯାଇ ସୁଭଦ୍ରାପୁର, ଚାରିବାଟିଆ ସ୍ଥିତ ପ୍ରଭୁ ଶ୍ରୀ ହନୁମାନ ମନ୍ଦିର ନିକଟରେ ମା ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ, ସେଠାରେ ମା ଗୁଣ୍ଡିଚାମନ୍ଦିର ନିର୍ମାଣ ପାଇଁ ଡି ଏସ ପି ଅମିତାଭ ମହାପାତ୍ର ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ଚୌଧୁରୀଙ୍କୁ ଦାଇତ୍ୱ ବହନ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ଆଲୋଚନା ଖୁବ୍ ସକାରାତ୍ମକ ଓ ପ୍ରଭାବୀ ଢଙ୍ଗରେ ସମାପ୍ତ ହୋଇଥିଲା



