ଓଡିଶା

ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ରାଜଧାନୀ ଥରହର, ଗାଡ଼ି ଭଙ୍ଗାରୁଜା ସହ ଦୁଇ ଜଣଙ୍କୁ ଆକ୍ରମଣ

ଭୁବନେଶ୍ୱର, ନଭେମ୍ବର ୩: ରାଜଧାନୀ ଭୁବନେଶ୍ୱରରେ ପୁଣି ଖଣ୍ଡାଧାରୀ ଦୁର୍ବୃତ୍ତଙ୍କ ଆତଙ୍କ। ବୁଦ୍ଧନଗର ଅଞ୍ଚଳରେ ମୁଖା ପିନ୍ଧି ଆସିଥିବା ୮ରୁ ଅଧିକ ଦୁର୍ବୃତ୍ତ ଆତଙ୍କରାଜ ସୃଷ୍ଟି କରିବା ସହ ଗାଡ଼ି ଭଙ୍ଗାରୁଜା ଓ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଘରୋଇ ହସ୍ପିଟାଲର କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଆହତ କରାଯାଇଛି। ହଠାତ୍ ଏଭଳି ଆକ୍ରମଣ ଯୋଗୁଁ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।

ସୂଚନା ଅନୁଯାୟୀ, ୮ରୁ ଅଧିକ ମୁଖାପିନ୍ଧା ଯୁବକ ଏକାଠି ହୋଇ ବୁଦ୍ଧନଗର ଅଞ୍ଚଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଗାଡ଼ି ଭଙ୍ଗାରୁଜା କରିବା ସହ ଜଣେ ଘରୋଇ ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ପରେ ଅନ୍ୟ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଲକ୍ଷ୍ମୀସାଗର ଥାନା ଅଧିକାରୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅପରାଧସ୍ଥଳ ଯାଞ୍ଚ କରିଛନ୍ତି। ଆକ୍ରମଣ ପଛରେ କାହାର ହାତ ରହିଛି, ଦୁର୍ବୃତ୍ତମାନେ କେଉଁଠାରୁ ଆସିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ହିଂସାକାଣ୍ଡ ଘଟାଇଲେ, ସେନେଇ ତଦନ୍ତ ଚାଲିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ। ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button