ଓଡିଶା

ଗାଳ୍ପିକ ସ୍ବର୍ଗତ ରବି ପଟ୍ଟନାୟକଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପରଲୋକ 

ରାଇରଙ୍ଗପୁର,୨।୧୧(ଶ୍ଯାମଳେନ୍ଦୁ ପରିଡ଼ା )-ରାଇରଙ୍ଗପୁର ସହରର ୪ନଂ ୱାର୍ଡ କୁଚେଇବୁଡିର ମୂଳ ନିବାସୀ, ଓଡିଶାର ସୁନାମଧନ୍ୟ ଗାଳ୍ପିକ ସ୍ବର୍ଗତ ରବି ପଟ୍ଟନାୟକଙ୍କ ଧର୍ମପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଆଜି ସକାଳେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଃଖଦ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେବ ରୋଗାକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ।, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ । ତାଙ୍କରି ପରଲୋକରେ ଗଭୀର ଶୋକ ପ୍ରକାଶ ପାଇଛି । ଆଜି ପୁରୀ ସ୍ୱର୍ଗ ଦ୍ୱାର ଠାରେ ଶୋକାକୁଳ ପରିବେଶରେ ତାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ତାଙ୍କର ବଡପୁଅ ଆକାଶ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଶବାଧାର ନିକଟରେ ତାଙ୍କ ସାନପୁଅ ସାଗର, ଆତ୍ମୀୟ ସ୍ୱଜନ ଓ ପରିବାରବର୍ଗ, ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button