ଓଡିଶା ବ୍ରାହ୍ମଣ ମହାସଂଘ , ରାଇରଙ୍ଗପୁର ଶାଖା ତରଫରୁ ୟୁଜିସି ନୂତନ ନିୟମାବଳୀ ପୁର୍ନବିଚାର ଦାବୀ କଲେ

ରାଇରଙ୍ଗପୁର : ୪\୧୧\ ( ଶ୍ଯାମଳେନ୍ଦୁ ପରିଡା)
ବିଶ୍ବବିଦ୍ଯାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଜାରି କରାଯାଇଥିବା ନୂତନ ନିୟମାବଳୀ ର ପୁର୍ନବିଚାର ଦାବୀ କଲେ ଓଡିଶା ବ୍ରାହ୍ମଣ ମହାସଂଘ ର ରାଇରଙ୍ଗପୁର ଶାଖା l ଏହି ନିୟମାବଳୀର କେତେକ ବ୍ଯବସ୍ଥା ଛାତ୍ରଛାତ୍ରୀଙ୍କ ଅଧିକାର ଓ ସମାନତା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଉଦବେଗ ପ୍ରକାଶ କରି ମହାସଂଘ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଉଗ୍ରସେନ ଓରାମ ଙ୍କୁ ପ୍ରଦାନ କରିଥିଲେ l ଉକ୍ତ ଦାବୀପତ୍ରରେ ଜାତି, ଧର୍ମ ନିର୍ବିଶେଷରେ ସବୁ ଛାତ୍ରଛାତ୍ରୀଙ୍କୁ ସମାନ ଆଇନଗତ ସୁରକ୍ଷା ନ୍ଯାୟ ପ୍ରଦାନ ଲାଗି ଆବଶ୍ଯକୀୟ ସଂଶୋଧନ କରିବାକୁ ଉଲ୍ଲେଖ କରାଯାଇଛି l ଉକ୍ତ ସ୍ମାରକପତ୍ର ଦେବା ସମୟରେ ମହାସଂଘ ର ସଭାପତି ତରୁଣ କୁମାର ନନ୍ଦ, ଉପସଭାପତି ପ୍ରଭାସ ପ୍ରହରାଜ, ସମ୍ପାଦକ ସୁଶାନ୍ତ କୁମାର ଶର୍ମା, ସହସମ୍ପାଦକ କ୍ରିଷ୍ଣା ଶର୍ମା, କୋଷାଧ୍ଯକ୍ଷ ଜୟକୁଷ୍ଣ ଦାଶ, ମାର୍ଗଦର୍ଶକ ଈଶ୍ବର ପ୍ରହରାଜ, ଟୁନା ପାଣି, ପରାମର୍ଶଦାତା ଲୋକନାଥ ଦାଶ, ଗଣେଶ ଚନ୍ଦ୍ର ଦୀକ୍ଷିତ, ଯୁବଶକ୍ତିବାହିନୀ ହେମନ୍ତ କୁମାର ଶତପଥୀ, କାର୍ଯ୍ଯକାରୀ ସଦସ୍ଯ ଜନରଂଜନ ଦାଶ, ରବି ହୋତା, ବୁନୁ ଶତପଥୀ ଓ ସମୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ l



