ମାସା ପକ୍ଷରୁ ୪ ଦଫା ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ରାଇରଙ୍ଗପୁର : ୪\୧୧\୨୬ ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ସହର ମଧ୍ଯରେ ଥିବା ସର୍ବପୁରାତନ ୧୯୬୩ ମସିହାରେ ପ୍ରତିଷ୍ଠିତ ମହାବିଦ୍ଯାଳୟ ରାଇରଙ୍ଗପୁର କଲେଜର ସର୍ବାଙ୍ଗିନ ବିକାଶ, ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ତଥା କଲେଜକୁ ପୂର୍ଣ୍ଣ ସରକାରୀ ମାନ୍ଯତା ଦାବୀ ବହୁ ଦିନରୁ ହୋଇଆସୁଅଛି l କିନ୍ତୁ ଏଯାବତ୍ ତାହା କେବଳ ଶୋଭାଯାତ୍ରା, ଆନ୍ଦୋଳନ ଓ ନାରା ରେ ସୀମିତ ରହିଛି l ଏହି ପରିପ୍ରେକ୍ଷୀରେ, ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା) ପକ୍ଷରୁ ୪ ଦଫା ଦାବୀ ନେଇ ଉପଜିଲ୍ଲାପାଳ ଉଗ୍ରସେନ ଓରାମଙ୍କ ଜରିଆରେ ମାନ୍ଯବର ମୁଖ୍ଯମନ୍ତ୍ରୀ ଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର ପ୍ରଦାନ କରିଥିଲେ l ୪ ଦଫା ଦାବୀଗୁଡିକ ହେଲା – ୧) ରାଇରଙ୍ଗପୁର ମହାବିଦ୍ଯାଳୟକୁ ପୂର୍ଣ୍ଣ ସରକାରୀ ମାନ୍ଯତା ପ୍ରଦାନ କରାଯାଉ l ୨) ମୟୁରଭଞ୍ଜ ଜିଲ୍ଲାର ସମସ୍ତ ମହାବିଦ୍ଯାଳୟରେ ସେଲ୍ପ ଫାଇନାନ୍ସ ବିଭାଗଗୁଡିକୁ ସରକାରୀକରଣ ରେ ସାମିଲ କରାଯାଉ l ୩) ମୟରଭଞ୍ଜ ଜିଲ୍ଲାର ସମସ୍ତ ମହାବିଦ୍ଯାଳୟ ଗୁଡିକରେ ସାନ୍ତାଳୀ ସମ୍ମାନ ଖୋଲାଯାଉ l ଓ ୪) ୨୦୨୭-୨୮ ଶିକ୍ଷାବର୍ଷ ଠାରୁ ରାଇରଙ୍ଗପୁର ମହାବିଦ୍ଯାଳୟରେ ସମସ୍ତ ଆବଶ୍ଯକୀୟ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ଆରମ୍ଭ କରାଯାଉ l ଉପରୋକ୍ତ ଦାବୀ ସଂପର୍କରେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ, ସେ ଏହାର ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମତବ୍ଯକ୍ତ କରିଥିଲେ l କିନ୍ତୁ ଏହାର କୌଣସି ଫଳାଫଳ ନ ଉପୁଜେ, ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ଓ ଅଞ୍ଚଳର ଶିକ୍ଷାଗତ ବିକାଶ ପାଇଁ ମୟୂରଭଞ୍ଜ ଛାତ୍ର ସଂଗଠନ (ମାସ) ବିରାଟ ଛାତ୍ର ଆନ୍ଦୋଳନ କରିବା ସହ ରାଜରାସ୍ତାରେ ଠିଆ ହେବେ ବୋଲି ଚେତାବନୀ ଦେଇଛନ୍ତି l ଏହି ସମାବେଶରେ ମାସା କଲେଜ ସଭାପତି କାନ୍ଦ୍ରା ମୁର୍ମୁ, ସମ୍ପାଦକ ଠାକୁରଦାସ ଟୁଡୁ, ଗଙ୍ଗାଧର ମୁର୍ମୁ, ସୋନାଲି କାଲୁଣ୍ଡିଆ, ପୂଜା ଟୁଡୁ, ସବିତା ମାର୍ଣ୍ଡି, ସବିତା ସୋରେନ, ସୁରାଇ ହେମ୍ବ୍ରମ, ବିଜୟ ନାଏକ, ବର୍ଷା ମୁର୍ମୁ, ସାକ୍ର ଟୁଡୁ, ନନ୍ଦିନୀ ଟୁଡୁ, ଖୁଦିଆ ବେସ୍ରା, ବିକ୍ରମ ହେମ୍ବ୍ରମ, ସନାତନ ହାଁସଦାଃ, ରାଇମାତ ବାସ୍କେ, ଦୁର୍ଗି ବାସ୍କେ, ଦାଂଗି ବାସ୍କେ, ଛିତାରାଣୀ କିସ୍କୁ, ଜବା ମାର୍ଣ୍ଡି, ଅଞ୍ଜଳି ମୁର୍ମୁ, କୁନ୍ତଳା ପିଙ୍ଗୁଆ, ସିମାଲ କାଲୁଣ୍ଡିଆ, ଚୈତନ୍ଯ ମାର୍ଣ୍ଡି, ସିଂଘରାୟ ସୋରେନ, ଶଙ୍କର ସୋରେନ, ଗୋବିନ୍ଦ ସିଂ, ସନୁ ହାଁସଦାଃ, ସାଗର ହାଁସଦାଃ, ରମେଶ୍ବର କିସ୍କୁ, ଖୁସାଲ ସୋରେନ, ମୀନା ସୋରେନ, ମୀନାକ୍ଷୀ କାଲୁଣ୍ଡିଆ, ମାନିନୀ କିସ୍କୁ, ଗୁନଜନ ସୋରେନ ଓ କୁଇଲି ହାଁସଦାଃ ପ୍ରମୁଖ ଯୋଗଦେଇଥିଲେ l



