ଓଡିଶା

ଜିଲ୍ଲା ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର,୪/୧୧/ ଓଡ଼ିଶା ସରକାର ଙ୍କ କ୍ରୀଡ଼ା ପ୍ରତିଭା ଚୟନ କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପି.ଏମ୍.ଶ୍ରୀ. ବାଳିକା ଉଚ୍ଚ ବିଦ୍ୟାଳୟ, ତରଭା ଠାରେ ଅନୁଷ୍ଠିତ ହୋଇ ଯାଇଛି।ଉଭୟ ଇଣ୍ଡିଆନ୍ ଓ ରିକର୍ଭ ରାଉଣ୍ଡରେ ଚଉଦ ବର୍ଷରୁ କମ୍ ଓ ସତର ବର୍ଷରୁ କମ୍ ବାଳିକା ବିଭାଗରେ ସ୍ଥାନୀୟ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ର ଅମ୍ମି ଅମୃତେଶ୍ୱରୀ ଖମାରୀ ଓ ସ୍ୱାତୀ ସୁଚରିତା ସାହୁ ସ୍ୱର୍ଣ୍ଣପଦକ, ଜ୍ୟୋତି ମିର୍ଦ୍ଧା ଓ ସୁମିତା କଲତା ରୋପ୍ୟ ପଦକ, ଏବଂ ପାୟଲ ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଯେଉଁମାନେ ଏହି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଛନ୍ତି ସେମାନେ ଆସନ୍ତା ତା-୨୭/୧୧ ରୁ ୩୦/୧୧ ରିଖ ପର୍ଯ୍ୟନ୍ତ ଭବାନୀପାଟଣା ରେ ହେବକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଛାତ୍ରୀ ମାନଙ୍କ ଏହି ସଫଳତାରେ ଛାତ୍ର, ଛାତ୍ରୀ ଅଭିଭାବକ ଅଭିଭାବିକା ତଥା ଅନୁଷ୍ଠାନର ଗୁରୁଜୀ ଗୁରୁମା ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ସୋନପୁର ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପଣ୍ଡା ଉପସଭାପତି ଗୋପାଳ ପାତ୍ର ସମ୍ପାଦକ ପଙ୍କଜ ଖମାରୀ ତଥା ସହ ସମ୍ପାଦକ ରବୀନ୍ଦ୍ର ହୋତା କୋଷାଧକ୍ଷ ଯୁଧିଷ୍ଠିର ଖମାରୀ ତଥା ଉପଦେଷ୍ଠା କୃଷ୍ଣଚନ୍ଦ୍ର ସେଠୀ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ସହିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉଚ୍ଚ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button