ଓଡିଶା

ଆଦିବାସୀ ମେଳା କମିଟି ପକ୍ଷରୁ ଜଳେଶ୍ୱର ଜି. କେ. ଭଟ୍ଟର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସମ୍ବର୍ଦ୍ଧନା 

ଜଳେଶ୍ୱର ( ଦେବାଶିଷ ଦାଶ ) ଜଳେଶ୍ୱର ମ୍ୟୁନିସିପାଲିଟି ଆଦିବାସୀ ମେଳା କମିଟି ପକ୍ଷରୁ ଯୁବ ସମାଜସେବୀ ଗୌରହରି ସାହୁଙ୍କ ନେତୃତ୍ୱରେ ୨୬ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଜଳେଶ୍ୱର ଜି. କେ. ଭଟ୍ଟର ହସପିଟାଲ ପରିସରରେ ହସ୍ପିଟାଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସେବା କାର୍ଯ୍ୟ ପାଇଁ ସେମାନଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ପକ୍ଷରୁ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।କମିଟିର ସଭାପତି ରଘୁନାଥ ମୁର୍ମୁ, ଉପ ସଭାପତି ସୋନାଇ ହେମ୍ବ୍ରମ, ସମ୍ପାଦକ ହରିଆ ମାରାଣ୍ଡି, ସହ ସମ୍ପାଦକ ମିଟୁ ଟୁଡୁ, କୋଷାଧ୍ୟକ୍ଷ କୁଅଁର ସିଂ, ମାଇନ ମୁର୍ମୁ, ପାନ ହାଁସଦା, ଗୀତା ହେମ୍ବ୍ରମ, ଗୀତା ହାଁସଦା, ଛିତା ରାଣୀ ଟୁଡୁ, ଗୋପୀ ହାଁସଦା, ମୋହନ ହାଁସଦା, ବାବଲୁ ହାଁସଦା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ପୂର୍ବରୁ ବଡ଼ ବଜାର ଠାରୁ ଆଦିବାସୀ ମାନଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ହସ୍ପିଟାଲ ଠାରେ ପହଞ୍ଚି ଥିଲା।ଆଦିବାସୀ ମେଳା କମିଟିର ଏଭଳି କାର୍ଯ୍ୟକୁ ଜନସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button