ଓଡିଶା

ସନ୍ଧ୍ୟା ହେଲେ ମଣିଷ ଖିଆ ଭାଲୁର ଆତଙ୍କ

ନୀଳଗିରି, ବାଲେଶ୍ବର (ଦେବାଶିଷ ଦାଶ) ‌

ଉତ୍ତର ଓଡିଶା ତଥା ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ଓ ପାଖ ଅଂଚଳ ଗାଁ ମାନଙ୍କ ରେ ମଣିଷ ଖିଆ ଭାଲୁ ର ଆତଙ୍କ ଦେଖିବାକୁ ମିଳୁଛି, ସନ୍ଧ୍ୟା ହେଲେ ଦେବଗିରି ପାହାଡ଼ ରୁ ମା ଭାଲୁ ଏବଂ ତାର ଦୁଇଟି ଛୁଆ ଭାଲୁ ଆସି ପାଖ ଗାଁ ଅଂଚଳ ମାନଙ୍କ ରେ ଖାଦ୍ୟ ଅନୋଶୋଣ ରେ ଆସିଥାନ୍ତି, ସକାଳୁ ସକାଳୁ ଜଙ୍ଗଲ କୁ ଫେରିଥିବା ବାଟରେ ଲୋକ ମାନଙ୍କୁ ଆକ୍ରମଣ କରିଥାନ୍ତି,କ୍ରମାଗତ ଦୀର୍ଘ ଛଅ ମାସ ରୁ ଉର୍ଦ୍ଧ ସମୟ ଧରି ଉକ୍ତ ଅଂଚଳ ମାନଙ୍କ ରେ ଲୋକ ମାନଙ୍କୁ ଆକ୍ରମଣ କରି,ସେମାନେ ବର୍ତମାନ ପ୍ରଯ୍ୟନ୍ତ ଚିକିତ୍ସାଧିନ ଅବସ୍ଥାରେ କଷ୍ଟ ଦାୟକ ଜୀବନ ବିତାଉଛନ୍ତି,ତାହାର ଜ୍ୱଳନ୍ତ ଉଦ୍ଧାହରଣ ଶ୍ୟାମସୁନ୍ଦର ପୁର ପଂଚାୟତ ଦ୍ୱାରିକା ଗ୍ରାମ ରେ ଦିଲ୍ଲୀପ ବାରିକ, ଜୁରିଆପାଟଣା ସୁକାନ୍ତି ଦଳେଇ, କୈଳାଶ ଧାଉଁଡିଆ,ଓ ଗୁଡିଖୁଳା ଗ୍ରାମରେ ଦଲୁ ସିଂ ଏମାନେ ବର୍ତମାନ ପ୍ରଯ୍ୟନ୍ତ ଚିକିତ୍ସାଧିନ ଅଛନ୍ତି, ସବୁଠୁଁ ଆଶ୍ଚର୍ଯ୍ୟ କଥା ଯେ ରାଜ୍ୟ ସରକାର ଙ୍କ ତରଫରୁ ବନ୍ୟ ଜନ୍ତୁ ଘୋଡେଇବା କିମ୍ବା ବନ୍ୟଜନ୍ତୁ କବଳ ରୁ ସୁରକ୍ଷା ନିମନ୍ତେ କୋଟି କୋଟି ଟଙ୍କା ର ଯୋଜନା ଆସୁଛି, କିନ୍ତୁ ଜନ ସାଧାରଣ ସୁରକ୍ଷା ପାଇଁ କୁଳିଢିଆ ଅଭ୍ୟାରଣ୍ୟ ର ବନ ବିଭାଗ ଅଧିକାରୀ ଜନ ସାଧାରଣ ମାନଙ୍କୁ ବନ୍ୟଜନ୍ତୁ କବଳ ରୁ ସୁରକ୍ଷା ନିମନ୍ତେ ବିଫଳ, ତୁରନ୍ତ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ଉକ୍ତ ଅଂଚଳ ମାନଙ୍କରେ ବିଳମ୍ବିତ ରାତି ପ୍ରଯ୍ୟନ୍ତ ବନ୍ୟଜନ୍ତୁ କବଳ ରୁ ରକ୍ଷା ପାଇଁ ପ୍ରେଟ୍ରୋଲିଙ୍ଗି ଆବଶ୍ୟକ ରହିଛି, ବୋଲି ସାଧାରଣ ଦାବି କରାଯାଇଅଛି,

 

 

 

Related Articles

Leave a Reply

Your email address will not be published. Required fields are marked *

Back to top button