ରାଇରଙ୍ଗପୁର ରେ ଶ୍ରୀ ଧନନ୍ତରୀ ଜୟନ୍ତୀ ପାଳିତ

ରାଇରଙ୍ଗପୁର : ୭\୧୧\୨୬( ଶ୍ଯାମଳେନ୍ଦୁ ପରିଡା)
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ଅଧିନସ୍ତ ଅଳାଁଡୁବା ଓ୍ବାର୍ଡ ନଂ ୧୦ ମଠ ମନ୍ଦିର ପାଖରେ ଥିବା ପ୍ରାକୁତିକ ଚିକିତ୍ସା କେନ୍ଦ୍ର ପରିସରରେ ଶ୍ରୀ ଧନନ୍ତରୀ ଦେବଙ୍କ ମନ୍ଦିରରେ ଶ୍ରୀ ଧନନ୍ତରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l କର୍ତ୍ତା ଭାବେ ବୈଦ୍ଯ ଭାଗବତ ମହାନ୍ତ ଯଜ୍ଞ ବେଦୀରେ ଉପବେସନ କରିଥିବା ବେଳେ ପୁରୋହିତ ମହେଶ ତ୍ରିପାଠୀ ଯଥା ବିଧି ଅନୁଯାୟୀ ପୂଜାକର୍ମାଣି କରିଥିଲେ l ପୂଜା ସମାପନ ପରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା l ଉକ୍ତ ଆଧ୍ଯାତ୍ମିକ ବାତାବରଣରେ ବାଲିକା ଗୋପ, ମଞ୍ଜୁଳା ମହାନ୍ତ, ବୁଲାଲତା ମହାନ୍ତ, ବୈଶାଖି ମହାନ୍ତ ତଥା ସ୍ଥାନୀୟ ଲୋକେ ବହୁ ସଂଖ୍ଯାରେ ଉପସ୍ଥିତ ରହିଥିଲେ l ପଣ୍ଡିତଙ୍କ ମନ୍ତ୍ର ବେଦ ଓ ସ୍ତୁତିରେ ମନ୍ଦିର ପରିସର ଏକ ଧାର୍ମିକ ଭାବନା ଝଂକୁତ ହୋଇଥିଲା l ଏଥିସହିତ ଲୋକେ ପ୍ରାକୁତିକ ଚିକିତ୍ସା କେନ୍ଦ୍ର କୁ ଆସି ଦେହର ବିଭିନ୍ନ ପ୍ରକାର ରୋଗବ୍ଯାଧିର ଦୂରିକରଣ ନିମନ୍ତେ ଔଷଧ ନେଇଥିଲେ l ଏଠାରେ ବାତ ରୋଗ, ଚର୍ମ ରୋଗ, ପେଟ ରୋଗ, ଧାତୁ ରୋଗ, ସ୍ତ୍ରୀ ରୋଗ, ଶ୍ବାସ ରୋଗ, ଥାଇରଏଡ୍, ବିଭିନ୍ନ ପ୍ରକାର ଜ୍ବର, ମଧୁମେହ, ଜଣ୍ଡିସ୍ , କୁମି, ମଳକଣ୍ଟକ, ଗଳଗଣ୍ଡ ଆଦି ରୋଗର ପାରମ୍ପରିକ ଆୟୁର୍ବେଦିକ ଚିକିତ୍ସା କରାଯାଏ l ଏଠାରେ ରୋଗର ନିରାକରଣ ନିମନ୍ତେ ଯନ୍ତ୍ରଣା ନିବାରକ ମେସିନ, ବାଷ୍ପ ସ୍ନାନ ଓ ବୋଡି ଏନାଲାଇଜର ମେସିନ ସାହାର୍ଯ୍ଯରେ ରୋଗୀ ସୁସ୍ଥ ଅନୁଭବ କରିଥାନ୍ତି l ବୈଦ୍ଯ ଭାଗବତ ମହାନ୍ତ ନିଜ ସୁଚିନ୍ତିତ ବକ୍ତବ୍ଯରେ ଶ୍ରୀ ଧନନ୍ତରୀ ଦେବଙ୍କ ଠାରେ ସମସ୍ତଙ୍କ ଦେହ ଓ ମନ ଭଲ ରେ ଥାଉ ବୋଲି ପ୍ରାର୍ଥନା କରିଥିଲେ l ଶ୍ରୀ ମହାନ୍ତ ଜଣେ ସୁ ଆୟୁବେଦିକ ଚିକିତ୍ସକ ଭାବେ ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି l



