ମୁଖ୍ୟମନ୍ତ୍ରୀ ଗସ୍ତ ନେଇ ବାଲେଶ୍ଵର ଜିଲ୍ଲା ବିଜେପି ପକ୍ଷରୁ ହୋଟେଲ ଟପ୍ ଏଣ୍ଡ ଟେଷ୍ଟି ରେ ସାମ୍ବାଦିକ ସମ୍ମିଳନୀ।

ବାଲେଶ୍ବର ( ଦେବାଶିଷ ଦାଶ ) ଆସନ୍ତା ନଭେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଗସ୍ତରେ ଆସୁଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ସହରର ଟପ୍ ଏଣ୍ଡ ଟେଷ୍ଟି ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗ୍ରସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି।ମଧୁବାବୁ ପେନସନ ଯୋଜନା ଅଧୀନରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଭତ୍ତା ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ରାଜ୍ୟର ୫ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ନିମନ୍ତେ ଆମ ରାଜ୍ୟ ସରକାର ଏକ ଐତିହାସିକ ତଥା ଜନକଲ୍ୟାଣକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ ଯେ, ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ଐତିହାସିକ ପଦକ୍ଷେପର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାଲେଶ୍ୱର ମାଟିରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୧୦ ତାରିଖରେ ବାଲେଶ୍ୱର ସହରସ୍ଥିତ ପୋଲିସ ଲାଇନ ପଡ଼ିଆରେ ଏହି ଭବ୍ୟ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ।



