ଓଡିଶା

ଜନଗଣନା-୨୦୨୭ ପାଇଁ ବାଲେଶ୍ୱରରେ ପ୍ରସ୍ତୁତି ଜୋରଦାର , ୪୦ଟି ପ୍ରଶ୍ନରେ ସଂଗ୍ରହ ହେବ ପରିବାର ଓ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ

ବାଲେଶ୍ୱର ( ଦେବାଶିଷ ଦାଶ ) ଦେଶର ଜନସଂଖ୍ୟାର ସଠିକ୍ ଚିତ୍ର ସାମ୍ନାକୁ ଆଣିବା ସହ ସରକାରୀ ଯୋଜନା ପ୍ରଣୟନରେ ସହାୟକ ହେବ ଜନଗଣନା-୨୦୨୭। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ସଫଳ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

 

ପୂର୍ବାହ୍ନ ୧୦ଟାରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ଏଥିରେ ଜନଗଣନା ସମ୍ପର୍କିତ କାର୍ଯ୍ୟପଦ୍ଧତି, ତଥ୍ୟ ସଂଗ୍ରହ ଓ କ୍ଷେତ୍ରସ୍ତରୀୟ ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା। ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ୨୦୨୭ ଜାନୁଆରୀ ୧୦ରୁ ୨୪ ପର୍ଯ୍ୟନ୍ତ ସ୍ୱୟଂ ଗଣନା କରାଯିବ। ଏହାପରେ ଜାନୁଆରୀ ୨୫ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଚାଲିବ। ଏହି ସମୟରେ ଜନଗଣନାକାରୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରରୁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବେ। ଏହି ପର୍ଯ୍ୟାୟରେ ମୋଟ ୪୦ଟି ପ୍ରଶ୍ନ ମାଧ୍ୟମରେ ପରିବାରର ଗଠନ, ଜନସଂଖ୍ୟା, ବୟସ, ଲିଙ୍ଗ, ଶିକ୍ଷା, ବୃତ୍ତି ସମେତ ବିଭିନ୍ନ ଜନସାଂଖ୍ୟିକ ତଥ୍ୟ ସଂଗ୍ରହ ହେବ। ଏହି ତଥ୍ୟ ଆଧାରରେ ଦେଶର ବର୍ତ୍ତମାନର ଆବଶ୍ୟକତା ଆକଳନ ସହ ଭବିଷ୍ୟତର ବିକାଶ ଯୋଜନା ପ୍ରସ୍ତୁତିରେ ସରକାରଙ୍କୁ ସହାୟତା ମିଳିବ। ଏହି ପ୍ରଶିକ୍ଷଣ ଶିବିରରେ ଡେପୁଟି ଜିଲ୍ଲାପାଳ ପ୍ରବୋଧ କୁମାର ମଲିକ, ସହାୟକ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, ଜନଗଣନା ସହାୟକ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ଦାୟିତ୍ୱପ୍ରାପ୍ତ ଅଧିକାରୀ ମହେନ୍ଦ୍ର ମହାଳିକ, ଜନଗଣନା ପରାମର୍ଶଦାତା ଦୟାନିଧି ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ବିଭିନ୍ନ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button