ଓଡିଶା

କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ,୧୩/୧୧( ବିନାୟକ ନିୟୁଜ୍)

ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଆନୁକୂଲ୍ୟରେ ସଂଗ୍ରାମପୁର୍ ଗ୍ରାମ ଓ ବିଦ୍ୟାଳୟରେ ଏକ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଜିଲ୍ଲା କୁଷ୍ଠ ଅଧିକାରୀ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ, ସଂଯୋଜକ ଡାକ୍ତର ଗୌରୀ ଶଙ୍କର ପଣ୍ଡା ,ଆୟୁଷ ମେଡିକାଲ ଅଫିସର୍ ଡାକ୍ତର ବିଶ୍ୱନାଥ ରଥ ,ବ୍ଲକ୍ ନୋଡାଲ ଲେପ୍ରୋସି ୱର୍କର ଜଗଦୀଶ ମେହେର ଓ ସଂଗ୍ରାମପୁର୍ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ମହନ୍ତ,ମହିଳା ସ୍ୱାସ୍ଥ୍ୟ କର୍ମୀ ପୂର୍ଣ୍ଣମାସୀ ମେହେର ଙ୍କ ସହିତ ସ୍ଥାନୀୟ ଆଶା ଦିଦି ଉପସ୍ଥିତ ଥିଲେ।କୁଷ୍ଠ ରୋଗ ସଂପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସଠିକ୍ ଉତ୍ତର ପ୍ରଦାନ କରିଥିବା ଛାତ୍ର ଓ ଛାତ୍ରୀଙ୍କୁ ପ୍ରମାଣ ପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ।ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମିନାକ୍ଷୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button