
ବାଲେଶ୍ବର ( ଦେବାଶିଷ ଦାଶ ) ଆଜି ଅପରାହ୍ନ ପାଞ୍ଚଟା ସମୟରେ ବିବେକାନନ୍ଦ ମାର୍ଗ ଚିଡ଼ିଆ ପୋଲ ନିକଟବର୍ତ୍ତି ଲକି ଇଣ୍ଟରନ୍ୟାସନାଲ ହୋଟେଲ ସମ୍ମୁଖରେ ଏକ ଦୃତଗାମୀ କାର ଭାରସାମ୍ୟ ହରାଇ ରାସ୍ତା କଡ଼ ରେ ଛିଡା ହୋଇଥିବା ଏକ ବାଇକ ଓ ଜଳଖିଆ ଦୋକାନ ଉପରକୁ ମାଡି ଯାଇଥିଲା।ଜଳଖିଆ ଦୋକାନ ଭାଙ୍ଗି ଚୁରମାର ହୋଇଥିବା ବେଳେ କାର ଚକ ତଳେ ବାଇକ ଚାପି ହୋଇ ଚୁରମାର ହୋଇଯାଇଛି। ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲ ସର୍ଜରୀ ବିଭାଗ ରେ ଭର୍ତ୍ତି ହୋଇଛନ୍ତି। କାର ଚାଳକ ଘଟଣା ସ୍ଥଳ ଛାଡ଼ି ଚମ୍ପଟ ମାରିଛି।



