ଓଡିଶା

ଗୋପବନ୍ଧୁ ପାର୍କ ରେ ଅନ ଲାଇନ ଜୁଆ ଖେଳିବାକୁ  ଲୋକଙ୍କୁ ବୁଝାଉଥିବା ବେଳେ ମାଡି ବସିଲା ବାଲେଶ୍ବର ସାଇବର ଥାନା ପୋଲିସ ମହିଳାଙ୍କ ସମେତ ପାଞ୍ଚ ଜଣ ଗିରଫ

ନୂଆ କାର ସମେତ ସାତ ଟି ମୋବାଇଲ ଜବତ

ବାଲେଶ୍ବର ( ଦେବାଶିଷ ଦାଶ ) ଘରେ ବସି ଅନ ଲାଇନ ରେ ଜୁଆ ଖେଳନ୍ତୁ, ଭାଗ୍ୟ ବଦଳିଯିବ। ଏମିତି ଗହଳି ପୂର୍ଣ୍ଣ ସ୍ଥାନ ରେ ଲୋକଙ୍କୁ ପ୍ରଭାବିତ କରି ଜୁଆ ଖେଳିବାକୁ ପ୍ରଭାବିତ କରୁଥିବା ଏମ.ଟେକ ରେ ଉତ୍ତୀର୍ଣ୍ଣ ଯୁବକ ବିଜୟ କୁମାର ନାୟକ ଓ ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗ୍ରାମ ର ସବିତା ପାତ୍ରଙ୍କୁ ସାଇବର ଥାନା ପୋଲିସ ଅଧିକାରୀ ମିନା ବିନ୍ଧାଣି ଙ୍କ ସ୍ୱତନ୍ତ୍ର ପୋଲିସ ଟିମ ଗିରଫ କରିଛନ୍ତି. ସେମାନଙ୍କୁ ଜେରା କରି ପୋଲିସ ଅନ ଲାଇନ ଜୁଆ ଖେଳ ପାଇଁ ପ୍ରୋତ୍ସାହିତ କରୁଥିବା ହୁଗୁଳି ଜିଲ୍ଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଚମ୍ପାଦାନୀ ଗ୍ରାମ ର ସନ୍ତୋଷ ଭାଗଲପୁର ଜିଲ୍ଲା ଖଜୁରିଆ ଗ୍ରାମ ର ବିବେକ କୁମାର ଏବଂ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ଜାମୁରିଆ ଥାନା ଅନ୍ତର୍ଗତ ତପସୀ ଗ୍ରାମ ର ସାଗର କୁମାର ଙ୍କୁ ବିଭିନ୍ନ ସ୍ଥାନ ରୁ ଗିରଫ କରି ଆଜି ସନ୍ଧ୍ୟା ରେ କୋର୍ଟ ଚାଲାଣ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାଶ ଓ ସାଇବର ଥାନା ଅଧିକାରୀ ମିନା ବିନ୍ଧାଣି ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button