ଓଡିଶା

କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ,ରେ ଶିଶୁ ଦିବସ ପାଳିତ

ସୁବର୍ଣ୍ଣପୁର, ୧୪/୧୧:( ବିନାୟକ ନିୟୁଜ୍) ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଜନ୍ମ ତିଥିକୁ ଶିଶୁଦିବସ ରୂପେ ପାଳନ କରାଯାଇଛି।ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ। ଶିଶୁମାନେ ଶୃଙ୍ଖଳିତ ସହ ନିଜର ବ୍ୟବହାର ମାର୍ଜିତ କରିବାକୁ ଉପଦେଶ ଦେଇଥିଲେ। ଗଣିତ ଶିକ୍ଷକ ଦିନବନ୍ଧୁ ପ୍ରଧାନ ଶିଶୁର ପ୍ରଚଣ୍ଡ ପ୍ରତିଭା ଏକ ଶ୍ରେଷ୍ଠ ଭାରତ ଗଠନ ଦିଗରେ କିପରି ସହାୟକ ହେବ ସେ ଦିଗରେ ଆଲୋକପାତ କରିବା ସହ ସଭା ସଂଯୋଜନା କରିଥିଲେ। ବରିଷ୍ଠ ଶିକ୍ଷକ ଜୀବର୍ଦ୍ଧନ ରଣା ଜବାହରଲାଲ ନେହେରୁ ଜୀବନୀ ଓ ଶିଶୁ ପ୍ରତିଭାକୁ କେମିତି ଭଲପାଉଥିଲେ ସେ ଦିଗରେ ହିନ୍ଦୀ ଭାଷାରେ ନିଜର ବକ୍ତବ୍ୟ ରଖିଥିଲେ।ଛାତ୍ରୀ ଶ୍ରଦ୍ଧାଞ୍ଜଳି ଦାସ, ସୁନେଲି ପ୍ରଧାନ, ତୃପ୍ତିମୟୀ ବାଘ, ଇତିଶ୍ରୀ ପୋଢ଼ ଜବାହରଲାଲ ଙ୍କ ଆତ୍ମ ଜୀବନୀ ବିଷୟରେ କହିବା ସହ ଉତ୍ତମ ଛାତ୍ରୀ ହୋଇ ସମାଜ ସେବା ଦିଗରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ବଜାର ପ୍ରାଙ୍ଗଣରେ ନିଶା ମୁକ୍ତ ଅଭିଯାନ ଏକ ରାଲି କାର୍ଯ୍ୟକ୍ରମ କରାଯାଇ ନିଶା ସେବନରୁ ଦୁରେଇ ରହିବାକୁ ଛାତ୍ରଛାତ୍ରୀ ମାନେ ସଚେତନତା ସୃଷ୍ଟି କରିଥିଲେ।କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ବୀରମହାରାଜପୁର ବ୍ଲକ ଲୁତୁରପଙ୍କ କ୍ଲଷ୍ଟର ର ଘିଚାପାଲି ଉପ୍ରl ବିଦ୍ୟାଳୟ ରେ ଶନିବାର ଦିନ ସ୍ୱlଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲନେହେରୁ ଶାସ୍ତ୍ରୀ ଙ୍କ ଜନ୍ମଦିନ ଘିଚାପାଲି ଉପ୍ରା ବିଦ୍ୟାଳୟ ରେ ପାଳନ ହୋଇଯାଇଛି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାସବିହାରୀ ମେହେର ଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ସଭା ରେ ଲୁତୁରପଙ୍କ କ୍ଲଷ୍ଟର ର ସି ଆର ସି ସି ବାଙ୍କାବିହାରୀ ମହାକୁର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ରାମଚନ୍ଦ୍ର କଳତା ପଞ୍ଚସଖା ସେତୁ ର ସଭାପତି ମାଧବ ନାଏକ ଯୋଗ ଦେଇଥିଲେ ବିଦ୍ୟାଳୟ ର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ବିଦ୍ୟାଳୟ ସହକାରୀ ଶିକ୍ଷକ ମଦନ ସୁନ୍ଦର ଭୋଇ ସଭାକାର୍ଯ୍ୟ ପରିଚାଳନା ଓ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ମଞ୍ଜୁଳା ଦାଶ ଓ ରଶ୍ମିତା ସାହୁ ସହଯୋଗ କରିଥିଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button