ଦୁଇ ଦିବଂଗତ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଡଃ ସତ୍ୟଜିତ ନାୟକ

ପୁରୀ: ପୁରୀ ଜିଲ୍ଲା ଆରକ୍ଷୀ ବାହିନୀର ଦୁଇଜଣ ଦିବଂଗତ କର୍ମଚାରୀଙ୍କ ସ୍ମୃତିରେ ପୁରୀ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଡଃ ସତ୍ୟଜିତ ନାୟକ ଏବଂ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହଙ୍କ ସମେତ ବରିଷ୍ଠ ଆରକ୍ଷୀ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦିବଂଗତ ସହକର୍ମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ।
ଶୋକସଭାରେ ଦିବଂଗତ କର୍ମଚାରୀଙ୍କ ନିଷ୍ଠାପର ସେବା, କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବ ଏବଂ ବିଭାଗ ପ୍ରତି ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ଜନସାଧାରଣଙ୍କ ସୁରକ୍ଷା ଓ ସେବା ପାଇଁ ସେମାନଙ୍କ ନିଷ୍ଠା ଓ ତ୍ୟାଗ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମତପ୍ରକାଶ ପାଇଥିଲା। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ମିଳୁ ବୋଲି ସମସ୍ତେ କାମନା କରିଥିଲେ। ଶେଷରେ ଦିବଂଗତ ଆତ୍ମାଙ୍କ ସଦ୍ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ଓଁ ଶାନ୍ତି।



