ଓଡିଶା

ସମ୍ବଲପୁରରେ ପାଣିପାଗ ସତର୍କତା ଓ ଜଳବାୟୁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଲେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର

ବୁର୍ଲା, ୨୧/୧୧ (ବିନାୟକ ନିୟୁଜ୍): ପଶ୍ଚିମ ଓଡ଼ିଶାରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଅଧିକ ସଠିକ ଓ ପ୍ରଭାବଶାଳୀ କରିବା ସହ ସ୍ଥାନୀୟ ପ୍ରଶାସନ, କୃଷକ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସତର୍କତା ବଢ଼ାଇବା ଉପରେ ଭାରତ ସରକାରଙ୍କ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱାରୋପ କରିଛନ୍ତି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକବିଶ୍ୱବିଦ୍ୟାଳୟର ୧୮ ତମ ସମାବର୍ତ୍ତନଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଜଳବାୟୁ ପରିବର୍ତ୍ତନ, ଅତ୍ୟଧିକ ବର୍ଷା, ବଜ୍ରପାତ ଏବଂ ଉତ୍ତାପ ପ୍ରବାହ ଭଳି ଘଟଣାର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ଓ ତୃଣମୂଳ ସ୍ତରରେ ସମୟୋଚିତ ସୂଚନା ପହଞ୍ଚାଇବାର ଆବଶ୍ୟକତା ସମ୍ପର୍କରେ ମତ ରଖିଛନ୍ତି।

ମୁଖ୍ୟ ଅତିଥିଙ୍କ ବକ୍ତବ୍ୟରେ ଡକ୍ଟର ମହାପାତ୍ର କହିଛନ୍ତି ଯେ ଆଜିର ସମୟରେ କେବଳ ପାଣିପାଗର ସାଧାରଣ ତଥ୍ୟ ଦେବା ଯଥେଷ୍ଟ ନୁହେଁ, ବରଂ ସମ୍ଭାବ୍ୟ ପ୍ରଭାବକୁ ଆଧାର କରି ସତର୍କ ସୂଚନା ଜାରି କରିବା ଅତ୍ୟନ୍ତ ଜରୁରୀ। ବିଶେଷ କରି କୃଷି, ଜଳସମ୍ପଦ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ସଠିକ ପୂର୍ବାନୁମାନ ଜୀବନ ଓ ଜୀବିକା ସୁରକ୍ଷାରେ ବଡ଼ ଭୂମିକା ନିଭାଉଛି। ସମ୍ବଲପୁର ଅଞ୍ଚଳର ଭୌଗୋଳିକ ସ୍ଥିତି ଓ ଜଳବାୟୁଜନିତ ଆହ୍ୱାନକୁ ଦୃଷ୍ଟିରେ ରଖି ଡପଲର ୱେଦର ରାଡାର ଏବଂ ସ୍ୱୟଂଚାଳିତ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଭଳି ଆଧୁନିକ ଉପକରଣଗୁଡ଼ିକର ସଦୁପଯୋଗ ଦ୍ୱାରା ସ୍ଥାନୀୟ ସ୍ତରରେ ଅଧିକ ନିର୍ଭରଯୋଗ୍ୟ ସୂଚନା ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ପ୍ରତିକୂଳ ପାଣିପାଗ ସମୟରେ ସାଧାରଣ ନାଗରିକ ଓ ଚାଷୀମାନେ ଯେପରି ସହଜ ଭାଷାରେ ଓ ତୁରନ୍ତ ସତର୍କତା ପାଇପାରିବେ, ସେଥିପାଇଁ ବିଭାଗୀୟ ସମନ୍ୱୟ ଏବଂ ଡିଜିଟାଲ ସୂଚନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି। ଏହି ଅବସରରେ ଉପସ୍ଥିତ ଅତିଥି, ବିଶେଷଜ୍ଞ ଓ ସ୍ଥାନୀୟ ବାସିନ୍ଦାମାନେ ପାଣିପାଗ ବିଜ୍ଞାନ ଓ ସୁରକ୍ଷା ପ୍ରସ୍ତୁତି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ମୃତ୍ୟଞ୍ଜୟ ମହାପାତ୍ର, ଆଇଏମଡି ଡିଜି

Related Articles

Leave a Reply

Your email address will not be published. Required fields are marked *

Back to top button