ହାତୀ ଉପଦ୍ରବ ବ୍ୟାପକ ଧାନ ଫସଲ ନଷ୍ଟ । ହାତୀ ଘଉଡେଇବା ପାଇଁ ବନ ବିଭାଗ ନାକେଦମ୍

ହରଭଙ୍ଗା;)-ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞର କୁଶଙ୍ଗ ଫରେଷ୍ଟ ସେକ୍ସନ ଅର୍ନ୍ତଗତ ଅଯୋଧ୍ୟା ଗ୍ରାମରେ ଦୁଇଟି ବଣୁଆ ହାତୀ ପଶି ଉପଦ୍ରବ କରିଥିବା ଜଣାପଡିଛି ।ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ।ଅଯୋଧ୍ୟା ଗ୍ରାମର ପତି ମହାକୁଡଙ୍କ ଧାନ ବିଲରେ ପଶି ଫସଲ ନଷ୍ଟ କରିଥିବା ଦେଖାଦେଇଛି ।ଖବରପାଇ କୁଶଙ୍ଗ ଏବଂ ହରଭଙ୍ଗା ଫରେଷ୍ଟ ସେକସନ ବନକର୍ମଚାରୀଙ୍କ ସହିତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀର କର୍ମଚାରୀ ହାତୀ ଘଉଡାଇବା ସହିତ ହାତୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି ।ବର୍ତମାନ ହାତୀ ଦୁଇଟି କୁଶାଶିଙ୍ଗା ରାସ୍ତା ଦେଇ କୁଶଙ୍ଗ ବନ୍ୟପ୍ରାଣୀ ରେଞ ଅର୍ନ୍ତଗତ କୁମାରୀ ମହାନଦୀ କୂଳରେ ଥିବା ଶିଶୁ ବଗିଚାରେ ଥିବା ଖବର ହସ୍ତଗତ ହୋଇଛି ।କୁଶଙ୍ଗ ଫରେଷ୍ଟର ଚିତରଞନ ପ୍ରଧାନ ଏବଂ ଅନ୍ୟାନ୍ୟ ବନକର୍ମଚାରୀ ହାତୀ ଯେମିତି ଗାଁ ଆଡକୁ ମାଡି ନଆସେ ଏହାର ଗତିବିଧି ଉପରେ ନଜର ରଖିଛନ୍ତି ।ଧାନ ଫସଲ ନଷ୍ଟ କରିଥିବା ଅଯୋଧ୍ୟା ଗ୍ରାମର ପତି ମହାକୁଡଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବୀ ହୋଇଛି ।



