ସହଭାଗୀ ରୂପେ ଅଭିଭାବକ କାର୍ଯ୍ଯକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର : ୧୫\୧୧\୨୬(ଶ୍ଯାମଳେନ୍ଦୁ ପରିଡା) ଆଜି ନଭେମ୍ବର ୧୫ ସହିଦ ବିର୍ସା ମୁଣ୍ଡା ଙ୍କ ଜନ୍ମଜୟନ୍ତୀ ତଥା ଜନଜାତି ଗୌରବ ଦିବସ l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହୁଲଡିହା ଏସ ଏସ ଡି ବାଳିକା ଉଚ୍ଚ ବିଦ୍ଯାଳୟ ରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ଯକ୍ରମ ଆବାହକ ପ୍ରଧାନଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସମ୍ମାନିତ ଅତିଥି ରୂପେ ବିଦ୍ଯାଳୟ ପରିଚାଳନା କମିଟୀ ସଭାପତି ବିନୋଦ ସୋରେନ, ପରିଚାଳନା କମିଟୀ ସଦସ୍ଯ ଚାମୁରୁ ମାଝୀ, ସାକିଲା ମୁର୍ମୁ ଓ ସୁହାଗୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ l ଏହି ସଭାରେ ଅତିଥିଗଣ ଜନଜାତୀୟ ଗୌରବ ଦିବସ ର ମହତ୍ତ୍ବ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ଜିବନୀ ଉପରେ ସଂକ୍ଷିପ୍ତ ବିବରଣୀ ଦେବା ପରେ ଶିକ୍ଷୟତ୍ରୀ ପୁଷ୍ପିତା ରାଉତ, ଦୀପିକା ରାଉତ, ରଶ୍ମିବତୀ ମୁର୍ମୁ, ଜ୍ଯୋତିମୟୀ କମିଳା, ଶାଶ୍ବତୀ ମହାନ୍ତି ଓ ଉମା ଦେ ନିଜର ବକ୍ତବ୍ଯରେ ବିଦ୍ଯାଳୟର ଅତୀତ ଓ ବର୍ତ୍ତମାନ, ସରକାରଙ୍କ ଠାରୁ ଛାତ୍ରୀମାନେ ପାଉଥିବା ପ୍ରାପ୍ଯ ଓ ଅଧିକାର, ସେମାନଙ୍କର ସୁରକ୍ଷା ଓ ନିରାପତ୍ତା , ଜୀବନ କୌଶଳ ଶିକ୍ଷା, କ୍ଯାରିଅର କାଉସେଲିଂ ଓ ଛାତ୍ରୀମାନଙ୍କର ପରୀକ୍ଷା ପଦ୍ଧତି ଉପରେ ବିଶଦ ବର୍ଣ୍ଣନା କରିଥିଲେ l ଏହାପରେ ଅଭିଭାବକ ଅଭିଭାବକମାନେ ସେମାନଙ୍କର ଛାତ୍ରୀମାନଙ୍କ ପ୍ରତି କର୍ତ୍ତବ୍ଯ ଏବଂ ଶିକ୍ଷକଶିକ୍ଷୟତ୍ରୀମାନଙ୍କର ଶିକ୍ଷାଦାନ ଓ ଦାୟିତ୍ବ ସଂପର୍କରେ ସମ୍ଯକ ଦୁଷ୍ଟିପାତ କରିଥିଲେ l ଅନ୍ତେବାସିନୀ ଦଶମ ଶ୍ରେଣୀ ଛାତ୍ରୀ ସାଲୋମଣି ମୁର୍ମୁ ଓ ନବମ ଶ୍ରେଣୀ ଛାତ୍ରୀ ଚମ୍ପା ସୋରେନ ନିଜର ଅନୁଭୂତି ବଖାଣିଥିଲେ l ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ଯରେ ଜୁନିୟର ଓ ସିନିୟର ବିଭାଗ କୁ ନେଇ ଝୋଟି, ପୋଷ୍ଟର ତିଆରି, ଇଲୋକେସନ ଓ ସୂଜନଶୀଳ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l କୁତୀ ଛାତ୍ରୀମାନଙ୍କୁ ଅତିଥିଗଣ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୁତ କରିଥିଲେ l ଉକ୍ତ କାର୍ଯ୍ଯକ୍ରମ ଚାଲୁଥିବା ସମୟରେ ଇକୋ କ୍ଲବ ଇନଚାର୍ଯ୍ଯ ସରସ୍ବତୀ ମହଲାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ଭୂବନେଶ୍ବର ତରଫରୁ ଇକୋ କ୍ଲବ ଦ୍ବାରା ଏହି ବିଦ୍ଯାଳୟରେ କ୍ଲିୟର ପେପର ଇନିକିଏଟିଭ ପ୍ରୋଗ୍ରାମ ଅନ୍ତର୍ଗତ ଛାତ୍ରୀମାନେ ପୁରୁଣା କାଗଜରୁ ବିଭିନ୍ନ ପ୍ରକାର ନୋଟ ବୁକ୍, ସାଜସଜ୍ଯା ସାମଗ୍ରୀ, ଠୁଙ୍ଗା ପ୍ରଭୁତି କରି ଅଭିଭାବକ ଅଭିଭାବିକାମାନଙ୍କୁ ଉପହାର ସ୍ବରୂପ ପ୍ରଦାନ କରି ଜନସଚେତନତା ସୁଷ୍ଟି କରିଥିଲେ l ଏଥିରେ ବରିଷ୍ଠ ଶିକ୍ଷୟତ୍ରୀ ସରସ୍ବତୀ ମହଲା ଓ ସହଶିକ୍ଷୟତ୍ରୀ ହେମଲତା ମହାନ୍ତ ମଞ୍ଚ ପରିଚାଳନା କରିଥିଲା ବେଳେ ଆବାହକ ପ୍ରଧାନଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ଧନ୍ଯବାଦ ଅର୍ପଣ କରିଥିଲେ l ଉକ୍ତ ଭବ୍ଯ କାର୍ଯ୍ଯକ୍ରମରେ ଶିକ୍ଷକ ସୌରଭ ଜେନା, ହରପ୍ରସାଦ ମହାନ୍ତ, ଲଳିତ ବାରିକ, ଭିକାରୀଚରଣ ବସା, ଜ୍ଯୋତି ସୁନ୍ଦର ସାହୁ ତଥା ଅଣଶିକ୍ଷୟତ୍ରୀଗଣ ପରିଚାଳନାରେ ସହଯୋଗ କରିଥିଲେ l ଏଥିରେ ବିଦ୍ଯାଳୟର ସମସ୍ତ ଛାତ୍ରୀ ଓ ଅଭିଭାବକ ଅଭିଭାବିକାଗଣ ବହୁ ସଂଖ୍ଯାରେ ଉପସ୍ଥିତ ରହିଥିଲେ l



