ଓଡିଶା

ଭାରତରେ ପ୍ରାଚୀନ ପ୍ରସ୍ତର ଯୁଗୀୟ ସଂସ୍କୃତି ଶୀର୍ଷକ ଏକ ସମ୍ପାନ ବା ପାଠଚକ୍ର ଅନୁଷ୍ଠିତ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖଣ୍ଡୋକଟା ( ରାଜକିଶୋର ସେଠି )ଲଇଡା, ରେଙ୍ଗାଲି ତା୨୮. ୧୧. ୨୦୨୬ମଃ ଶନିବାର ଦିନ ସ୍ଥାନୀୟ ଡି ଏସ କଲେଜ, ଲଇଡାର ଇତିହାସ ବିଭାଗରେ ବିଭାଗୀୟ ମୁଖ୍ୟା ମଧୁମିତା ମିଶ୍ରଙ୍କ ସଭାପତିତ୍ୱ ରେ “Paleolithic culture in India ଵା ଭାରତରେ ପ୍ରାଚୀନ ପ୍ରସ୍ତର ଯୁଗୀୟ ସଂସ୍କୃତି ” ଶୀର୍ଷକ ଏକ ସମ୍ପାନ ଵା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଯୁକ୍ତତିନି ପ୍ରଥମ ବର୍ଷ ଛାତ୍ରୀ ରାକ୍ଷୀ କଣ୍ଟା ଓ ନିହା କଉଡ଼ି ଉପରୋକ୍ତ ବିଷୟ ଉପରେ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ l ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇଥିଲା ବେଳେ ଓଡ଼ିଆ ଅଧ୍ୟାପିକା ଡ଼ ନିରୋସ ନଳିନୀ ପ୍ରଧାନ, ଇଂରାଜୀ ଅଧ୍ୟାପକ ମାର୍କଶ ଡୁଙ୍ଗ ଡୁଙ୍ଗ ଓ ପ୍ରାଣୀ ବିଜ୍ଞାନ ବିଭାଗୀୟ ଅଧ୍ୟାପକ

ଅଶୋକ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ଉପରୋକ୍ତ ବିଷୟର ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଓ ଆବଶ୍ୟକ ସ୍ଥଳେ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ଏ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ସଂଶୟ ମୋଚନ କରିଥିଲେl

Related Articles

Leave a Reply

Your email address will not be published. Required fields are marked *

Back to top button