ଓଡିଶା

ଅପରାଧ ବୃଦ୍ଧିର ପ୍ରତିକାର ନେଇ ଆଲୋଚନା

ଯାଜପୁର (ନିରୋଜ କୁମାର ସେଠୀ ) ରସୁଲପୁର ବ୍ଲକ ଅନ୍ତର୍ଗତ ରସୁଲପୁର ର ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଯୁଗଜ୍ୟାତି ପକ୍ଷରୁ ବିଜୟ କୁମାର ଦାଶଙ୍କ ପୈରୋହିତ୍ୟରେ କଠୋର ଆଇନ୍ ଅପରାଧ ବୃଦ୍ଧିର ପୂର୍ଣ୍ଣ ପ୍ରତିକାର ନୁହେଁ ଶୀର୍ଷକ ଏକ ସ୍ବତନ୍ତ୍ର ସାରଦୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।କେବଳ କଠୋର ଆଇନ୍ ପ୍ରଣୟନ କରିବା ଦ୍ଵାରା ଅପରାଧ ସଂପୂର୍ଣ୍ଣ ଭାବେ ରୋକାଯାଇ ପାରିବ ନାହିଁ। ବରଂ ସାମାଜିକ ସଚେତନତା ମୂଲ୍ୟ ବୋଧ ବିକାଶ ଏବଂ ନୈତିକ ଶିକ୍ଷା ମାଧ୍ୟମରେ ହିଁ ଅପରାଧ ପ୍ରଭୃତିକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ରେ ଲକ୍ଷ୍ମୀଧର ପଣ୍ଡା, ନାରାୟଣ କର, ବଟକୃଷ୍ଣ ସାହୁ,ଆନନ୍ଦ ଚନ୍ଦ୍ର ସାହୁ,ଯୋଗେନ୍ଦ୍ର ପଣ୍ଡା, କଳ୍ପତରୁ ପଣ୍ଡା,ଅବିରାମ ରଣା, ଭିକାରୀ ଚରଣ ଜେନା,ଲକ୍ଷ୍ମୀଧର ପତି, ଏବଂ ଜଳଧର ସାହୁ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଧୃବ୍ର ଚରଣ ରଣା ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button