ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟରେ ‘ସୁରକ୍ଷିତ ଶିଶୁ, ବିକଶିତ ଭାରତ’ ଅଭିଯାନର ଶୁଭାରମ୍ଭ
ଶିଶୁଙ୍କ ସୁରକ୍ଷା, ଅଧିକାର ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ

ସୁବର୍ଣ୍ଣପୁର, ୧୮/୧୧ସୁବର୍ଣ୍ଣପୁର ଜିଲ୍ଲାର ଧୂବାମୁଣ୍ଡାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ରେଆର (RARE) କାର୍ଯ୍ୟାଳୟଠାରେ ‘ସୁରକ୍ଷିତ ଶିଶୁ, ବିକଶିତ ଭାରତ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଶିଶୁଙ୍କ ସୁରକ୍ଷା, ଅଧିକାର ଓ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ସହ ଏକ ଶିଶୁ ଅନୁକୂଳ ସମାଜ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅଭିଯାନ ମାଧ୍ୟମରେ ବାଲ୍ୟବିବାହ, ଶିଶୁ ଶ୍ରମ, ଶିଶୁ ନିର୍ଯାତନା, ଶୋଷଣ ଓ ଅବହେଳା ଭଳି ସାମାଜିକ ସମସ୍ୟାର ନିରାକରଣ ଦିଗରେ ଜନସଚେତନତା ସୃଷ୍ଟି କରାଯିବ। ଏଥିସହ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ ସୁରକ୍ଷିତ ପରିବେଶ ଉପରେ ଗୁରୁତ୍ୱ ଦିଆଯିବ।
ଶିଶୁମାନେ ଦେଶର ଭବିଷ୍ୟତ। ପ୍ରତ୍ୟେକ ଶିଶୁଙ୍କୁ ନିରାପଦ ଶୈଶବ ଓ ସମାନ ବିକାଶର ସୁଯୋଗ ମିଳିଲେ ହିଁ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ଏଥିପାଇଁ ଅଭିଭାବକ, ଶିକ୍ଷକ, ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ ଓ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ଅଭିଯାନର ବାର୍ତ୍ତା ରହିଛି।
ଶିଶୁଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ରେଆରର ଏହି ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ପ୍ରୟାସ।



