୨ୟ ରାଜ୍ୟ ସ୍ତରୀୟ ଜୟ ଭୀମ କ୍ରିକେଟ କପ୍ ପାଟଣାଗଡ କୁ ହରାଇ ୱେଷ୍ଟର୍ନ ଇଲେଭେନ ବଲାଙ୍ଗୀର ଚାମ୍ପିଅନ

ସୁବର୍ଣ୍ଣପୁର, ୧୭/୧୧ ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ସ୍ଥିତ ରାମେଶ୍ୱର ଷ୍ଟାଡିୟମ୍ ରେ ୟୁନିଅନ ସ୍ପୋର୍ଟିଂ ଆନୁକୂଲ୍ୟରେ ଦ୍ୱିତୀୟ ଅଲ୍ ଓଡିଶା ଜୟ ଭୀମ କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ଟି ପିସିସି ପାଟଣାଗଡ ଓ ୱେଷ୍ଟର୍ନ ଇଲେଭେନ ବଲାଙ୍ଗୀର ମଧ୍ୟରେ ହୋଇଥିଲା। ଏଥିରେ ପାଟଣାଗଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୮.୧ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୪ ରନ କରିଥିଲା। ଦଳର କୁଲାନ ପଣ୍ଡା ୨୧ ଓ ରାହୁଲ କୁମାର ୨୭ ରନ କରିଥିଲେ। ବିପକ୍ଷ ବଲାଙ୍ଗୀର ର ବାବଲୁ ସେଠୀ ଓ ସୁଶାନ୍ତ ପୁଟେଲ ତିନୋଟି ଲେଖାଏଁ ଉଇକେଟ୍ ନେଇଥିଲେ। ଜବାବରେ ବଲାଙ୍ଗୀର ଦଳ ୧୯ ଓଭର ରେ ୫ ଉଇକେଟ ହରାଇ ୧୨୫ ରନ କରି ବିଜୟୀ ହୋଇଥିଲା। ଦଳର ଶମ୍ଭୁ ହାତୀ ୨୪ ବଲ ରୁ ୪୦ ରନ ଓ ଲକ୍ଷ୍ମୀକାନ୍ତ ରୟେ ୨୫ ରନ କରିଥିଲେ। ବିପକ୍ଷ ପାଟଣାଗଡ ର କୁନାଲ ପଣ୍ଡା ୨ ଟି ଏବଂ ଅମିତ ରାଉତ ଓ ଜିତେନ୍ଦ୍ର ଥାପା ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଫଳରେ ବଲାଙ୍ଗୀର ମ୍ୟାଚ୍ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଆୟୋଜକ ସଭାପତି ରାନୁ ଅଲ୍ଲି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରଷ୍କାର ବିତରଣୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ ସିଂ ମୁଖ୍ୟ ଅତିଥି ଏବଂ ଏଡିଏମ ଅନିରୁଦ୍ଧ ପଧାନ,ପୂର୍ବତନ ଓପିଡିସି ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ,କ୍ରୀଡାବିତ ଶ୍ରୀକାନ୍ତ ମିଶ୍ର ,ଗୋବିନ୍ଦ ମହାରଣା ଓ ରାମ ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସର ରେ ବାବୁଲୁ ସେଠୀ ଙ୍କୁ ମ୍ୟାନ ଅଫ ଫାଇନାଲ, କୁନାଲ ପଣ୍ଡା ଙ୍କୁ ମ୍ୟାନ ଅଫ ସିରିଜ୍,ବିଜ୍ଞାନ ମିଶ୍ର ଙ୍କୁ ଶ୍ରେଷ୍ଠ ବ୍ୟାଟର,ସୁଶାନ୍ତ ପଟେଲ ଙ୍କୁ ଶ୍ରେଷ୍ଠ ବୋଲର ଏବଂ ରୋନକ କୁମାର ଙ୍କୁ ଶ୍ରେଷ୍ଠ ଫିଲ୍ଡର ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିଅନ ବଲାଙ୍ଗୀର ଓ ରନର୍ ଅଫ୍ ପାଟଣାଗଡ କୁ ଟ୍ରଫି ସହିତ ନଗଦ ଅର୍ଥରାଶି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ଶ୍ୟାମ ସୁନ୍ଦର ପଣ୍ଡା ଓ ସୁଭାଶିଷ ଭୂୟାଁ ଅମ୍ପାୟାର , ରୋହନ କୁମାର ସ୍କୋରିଙ୍ଗ ଏବଂ ଅମ୍ଳାନ ହୋତା ଧାରାବୀବରଣୀ ପ୍ରଦାନ କରିଥିଲେ। ମ୍ୟାଚ୍ ଗୁଡିକରେ ଆୟୋଜକ ଚନ୍ଦନ ମହାରଣା,ସୁରେଶ ବେହେରା,ଦେବାଶିଷ ସାହୁ,ବିଶ୍ୱରଂଜନ ସାଗର,ମନୋଜ ବଡ଼ଚାଟ, ପାଲକାର,ଅର୍ଜୁନ ମୁନ୍ନା,ଡାଇମଣ୍ଡ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।



