ସୋନପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ୩୮ତମ ସର୍ବ ଭାରତୀୟ ଲାଲମନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, ୧୭/୧୧ଆଜି ସୋନପୁର ଜିଲ୍ଲା କ୍ରିକେଟ ସଂଘ, ସୁବର୍ଣ୍ଣପୁର କାର୍ଯ୍ୟାଳୟ ଠାରେ ସଂଘର ସଭାପତି ଶ୍ରୀ ରାମ ଶଙ୍କର ସାହୁଙ୍କ ସଭାପତିତ୍ବରେ ୩୮ତମ ସର୍ବ ଭାରତୀୟ ଲାଲମନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୋନପୁର ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସେଠୀ ଓ ଉପ ସଭାପତି ଶ୍ରୀ ସତ୍ୟ ନାରାୟଣ ରାଓ ସମେତ ସମସ୍ତ ସଭ୍ୟ ଓ କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାପତି ଶ୍ରୀ ରାମ ଶଙ୍କର ସାହୁ ସମସ୍ତଙ୍କୁ ସ୍ବାଗତ ଜଣାଇ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ।୩୮ତମ ସର୍ବ ଭାରତୀୟ ଲାଲମନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କିପରି ସଫଳତାର ସହ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସେଠୀ ମଧ୍ୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନର କାମନା କରିଥିଲେ।ଉପ ସଭାପତି ଶ୍ରୀ ସତ୍ୟ ନାରାୟଣ ରାଓ ଟୁର୍ଣ୍ଣାମେଣ୍ଟରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ତା ୨୪.୦୧.୨୦୨୭ ରିଖ ଠାରୁ ଆରମ୍ଭ ହୋଇ ତା ୩୧.୦୧.୨୦୨୭ ରିଖ ପର୍ଯ୍ୟନ୍ତ ହେବ ବୋଲି ସଭାପତି ଶ୍ରୀ ରାମ ଶଙ୍କର ସାହୁ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ସଂଘର କୋଷାଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।



