ଓଡିଶା
ବରଗଡ଼ରେ ଟ୍ରକ୍ ଧକ୍କାରେ ଅଳ୍ପକେ ବର୍ତ୍ତିଲେ ୪ ସାମ୍ବାଦିକ, ଘଟଣାସ୍ଥଳରେ ଉତ୍ତେଜନା

ବରଗଡ଼ ସହରର ଗଣପତି ହୋଟେଲ ସମ୍ମୁଖରେ ଏକ କାର୍କୁ ଟ୍ରକ୍ ଧକ୍କା ଦେବାରୁ ଅଳ୍ପକେ ବର୍ତ୍ତିଛନ୍ତି ୪ ଜଣ ସାମ୍ବାଦିକ। ସାମ୍ବାଦିକମାନେ ଏକ କାର୍ରେ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ OR15J4417 ନମ୍ବର ବିଶିଷ୍ଟ ଏକ ଟ୍ରକ୍ ଧକ୍କା ଦେଇଥିଲା। ଏଥିରେ କୌଣସି ଜୀବନହାନି ହୋଇନଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଘଟଣାସ୍ଥଳରେ ବରଗଡ଼ ଓକିଲ ସଂଘ, ସାମ୍ବାଦିକ ସଂଘର ପ୍ରତିନିଧି, ଉପଜିଲ୍ଲାପାଳ, ଆରଟିଓ ଅଧିକାରୀ ଓ ପୋଲିସ ପ୍ରଶାସନ ପହଞ୍ଚି ଆଲୋଚନା କରିଥିଲେ। ସହରରେ ବିନା କାଗଜପତ୍ରରେ ଚଳାଚଳ କରୁଥିବା ଟ୍ରକ୍ ଓ ଭାରୀଯାନଗୁଡ଼ିକର ନିୟମ ଉଲ୍ଲଂଘନକୁ ନେଇ ପ୍ରଶାସନର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଯାଇଥିଲା।
ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ବୈଠକ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।



