ଓଡିଶା

ବାଲେଶ୍ୱରରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ, ମହିଳାଙ୍କ ସମେତ ୨ ଗିରଫ

ବାଲେଶ୍ୱର ( ଦେବାଶିଷ ଦାଶ ) ମିଳିମିଶି ଚଳାଇଥିଲେ ବ୍ରାଉନ୍ ସୁଗାର ବେପାର। ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ଗୋପାଳ ଗାଁ ଅଞ୍ଚଳରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଉଭୟ ମିଶି ଏହି ନିଶାଦ୍ରବ୍ୟ ବେପାର ଚଳାଉଥିବା ଅଭିଯୋଗ ହୋଇଛି। ତେବେ ଜବତ ବ୍ରାଉନ୍ ସୁଗାରର ପରିମାଣ, ଆନୁମାନିକ ମୂଲ୍ୟ ଏବଂ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button