ଓଡିଶା

ରାଇରଙ୍ଗପୁର ଗୋଶାଲାରେ ଗୋଷ୍ଠାଷ୍ଟମୀ ମହସମାରୋହରେ ପାଳିତ 

ରାଇରଙ୍ଗପୁର: ୧୭\୧୧\୨୬ (ବିନାୟକ ନିୟୁଜ୍) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଅଳାଁଡୁବା ମଠ ମନ୍ଦିର ନିକଟରେ ଥିବା ଗୋଶାଲା ରେ ଗୋଷ୍ଠାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଗୋଶାଲା ଠାରେ ସକାଳବେଳା କମିଟୀ ସଭାପତି ଗୌରୀ ଶଙ୍କର ସାରଡା ତାଙ୍କ ଧର୍ମପତ୍ନୀ ସୀମା ସାରଡା କର୍ତ୍ତାକର୍ତ୍ତୀ ରୂପେ ପ୍ରଭୁ ଶ୍ରୀ କୁଷ୍ଣଙ୍କ ପ୍ରତିମୂର୍ତ୍ତୀ ନିକଟରେ ବସି ଯଥାବିଧି ପୂଜାକାର୍ଯ୍ଯ ଓ ହୋମ ହୋଇଥିଲା l ଏହାପରେ ସେ ଦୁହେଁ ଗୌମାତା କୁ ସେବା କରିଥିଲେ l ସଂନ୍ଧ୍ଯାବେଳା ଏକ ସାଧାରଣ ସଭା ସଭାପତି ଗୌରୀଶଙ୍କର ସାରଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯଅତିଥି ସମାଜସେବୀ ନବୀନ ରାମ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ କୁମାର ମହାନ୍ତି ଓ ସମ୍ପାଦକ ଅଶୋକ କୁମାର ଅଗ୍ରଓ୍ବାଲ ପ୍ରମୁଖ ଯୋଗ ଦେଇଥିଲେ l ଅତିଥିଗଣ ସେମାନଙ୍କ ବକ୍ତବ୍ଯରେ କହିଥିଲେ ଏଠାରେ ରହୁଥିବା ୪୧୮ ଗାଈ ରହୁଥିବା ସତ୍ତ୍ବେ ସରକାରୀ ଅନୁଦାନ ପର୍ଯ୍ଯାପ୍ତ ହେଉନାହିଁ l କିନ୍ତୁ ବଡ ସୌଭାଗ୍ଯ ର କଥା ରାଷ୍ଟ୍ରପତି ଙ୍କ ପ୍ରଚେଷ୍ଟାରେ ୩ କୋଟି ୧୫ ଲକ୍ଷ ୭୫୦ ଟଙ୍କା ଗୋଶାଲ ଉନ୍ନତିମୂଳକ କାର୍ଯ୍ଯ ନିମନ୍ତେ ବିନିଯୋଗ କରାଯିବ ବୋଲି ସୂଚନା ଦେଇଥିଲେ l ରାଇରଙ୍ଗପୁର ରେ ଥିବା ମାରଓ୍ବାଡି ମହିଳା ସମିତି ରାଇରଙ୍ଗପୁର ଟାଉନ ର ଘର କୁ ଘର ଯାଇ ୨ ଲକ୍ଷ ୧୭ ହଜାର ଟଙ୍କା ଗୋଶାଲା କମିଟୀ କୁ ପ୍ରଦାନ କରିଥିଲେ l ପରିଶେଷରେ କମିଟୀ ସଭାପତି ଗୌରୀ ଶଙ୍କର ସାରଡା ଧନ୍ଯବାଦ ଅର୍ପଣ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button