ଓଡିଶା

ବେଆଇନ ମଦ ବିକ୍ରି ବିରୋଧରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ୩ଟି ଢାବା ସିଲ୍

ରେଙ୍ଗାଲିକ୍ୟାମ୍ପ, ତା,୨୦/୧୧( ବିନାୟକ ନିୟୁଜ୍): ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜି ବେଆଇନ ମଦ କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ କରାଯାଇଛି। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ପ୍ରଶାସନିକ ଟିମ୍ ଅତାବିରା ଅତିରିକ୍ତ ତହସିଲଦାର ଦୀପକ ପତି, ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ଓ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ୩ଟି ଢାବା ଓ ଫାଷ୍ଟ ଫୁଡ୍ ଦୋକାନକୁ ସିଲ୍ କରିଛନ୍ତି।ସିଲ୍ କରାଯାଇଥିବା ପ୍ରତିଷ୍ଠାନଗୁଡ଼ିକ ହେଲା ଅତାବିରା ବିଏସଏନଏଲ ଛକ ସ୍ଥିତ ବଣ୍ଟୁ ଢାବା ଓ ବିକାଶ ଢାବା ଓ ରେଙ୍ଗାଲିକ୍ୟାମ୍ପ ଛକ ରେ ଥିବା ଶୁଭମ ଫାଷ୍ଟ ଫୁଡ୍ । ଏହି ସମସ୍ତ ଢାବା ଓ ଫାଷ୍ଟ ଫୁଡ୍ ଦୋକାନ ଅତାବିରା ଏନ୍ ଏ ସି ଅଧିନସ୍ଥ ।ଅଞ୍ଚଳରେ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରହିବ ଏବଂ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button