ଓଡିଶା
ବିଧାନସଭାରେ ଆସିଲା ଶୋକ ପ୍ରସ୍ତାବ

ଭୁବନେଶ୍ୱର ( ଦେବାଶିଷ ଦାଶ ) ଶୀତ ଅଧିବେଶନ ଆରମ୍ଭରେ ଶୋକ ପ୍ରସ୍ତାବ ଆଗତ। ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ। ଅର୍ଣ୍ଣବଜନିତ ଭୂସ୍ଖଳନରେ ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଇଲେ ଗୃହର ମାନ୍ୟବର ସଦସ୍ୟ। ଶୋକ ପ୍ରସ୍ତାବକୁ ସମର୍ଥନ ଓ ସମବେଦନା ଜଣାଇଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଶୋକ ବ୍ୟକ୍ତ କଲେ।



