ଓଡିଶା

ଧବଳେଶ୍ୱରଙ୍କ ପୀଠରେ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ

ନିୟମ ମାନିବାକୁ ଭକ୍ତଙ୍କୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ ଅନୁରୋଧ

କଟକ:ପବିତ୍ର ପଞ୍ଚୁକ ଓ ବଡ଼ଓଷା ଅବସରରେ ନଭେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଭୁ ବାବା ଧବଳେଶ୍ୱରଙ୍କ ପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧାଜନକ ଦର୍ଶନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ନିର୍ଦ୍ଧାରିତ ଯାତାୟାତ ମାର୍ଗ ଓ ପାର୍କିଂ ସ୍ଥଳର ରୁଟ୍‌ ମ୍ୟାପ୍‌ ଜାରି କରାଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ, ଆଇପିଏସ୍‌, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ନିର୍ଦ୍ଧାରିତ ରାସ୍ତାରେ ଯାତାୟାତ କରିବା, ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥଳରେ ଗାଡ଼ି ରଖିବା ଏବଂ ଡ୍ୟୁଟିରେ ମୁତୟନ ପୁଲିସ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଟ୍ରାଫିକ୍ ନିୟମ ପାଳନ ସହ ପୁଲିସର ନିର୍ଦ୍ଦେଶକୁ ମାନିବାକୁ ସେ ଭକ୍ତମାନଙ୍କୁ ଅପିଲ୍ କରିଛନ୍ତି। ସମସ୍ତଙ୍କ ସହଯୋଗ ଦ୍ୱାରା ଟ୍ରାଫିକ୍ ଭିଡ଼ ଏଡ଼ାଇବା ସହ ଶୃଙ୍ଖଳିତ ଭାବେ ଦର୍ଶନ ଓ ଶାନ୍ତିପୂର୍ଣ୍ଣ ଯାତ୍ରା ସୁନିଶ୍ଚିତ ହୋଇପାରିବ ବୋଲି ଆଇଜି ଡଃ ନାୟକ କହିଛନ୍ତି। ଭକ୍ତି ସହିତ ଶୃଙ୍ଖଳା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବାକୁ ସେ ନିବେଦନ କରିଛନ୍ତି।

ଜୟ ବାବା ଧବଳେଶ୍ୱର!

Related Articles

Leave a Reply

Your email address will not be published. Required fields are marked *

Back to top button