ଓଡିଶା

ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତ୍ଥାପନ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଆଇଜି ଡଃ ସତ୍ୟଜିତ ନାୟକ

ଦିବ୍ୟ ଦର୍ଶନରେ ଆତ୍ମିକ ଶାନ୍ତି ଓ ଅପୂର୍ବ ଅନୁଭୂତି ଲାଭ କଲି: ଡଃ ନାୟକ

ପୁରୀ: ପବିତ୍ର ହରି ଉତ୍ଥାପନ ଏକାଦଶୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନୋରମ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଡଃ ସତ୍ୟଜିତ ନାୟକ। ମହାପ୍ରଭୁଙ୍କ ଦିବ୍ୟ ରୂପ ଓ ଆଧ୍ୟାତ୍ମିକ ପରିବେଶ ତାଙ୍କୁ ଗଭୀର ଭାବେ ଆନ୍ଦୋଳିତ କରିଥିବା ସେ ପ୍ରକାଶ କରିଛନ୍ତି। ଦର୍ଶନ ପରେ ନିଜ ଅନୁଭୂତି ବ୍ୟକ୍ତ କରି ଡଃ ନାୟକ କହିଥିଲେ, ମହାପ୍ରଭୁଙ୍କ ଏହି ଅପୂର୍ବ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିବା ମୋ ପାଇଁ ଏକ ଅବିସ୍ମରଣୀୟ ଆଧ୍ୟାତ୍ମିକ ଅନୁଭୂତି। ମନ୍ଦିରର ପବିତ୍ର ପରିବେଶ, ଭକ୍ତଙ୍କ ଭକ୍ତିଭାବ ଓ ମହାପ୍ରଭୁଙ୍କ ଦିବ୍ୟ ରୂପ ମନକୁ ଶାନ୍ତି ଓ ଆତ୍ମିକ ଶକ୍ତି ପ୍ରଦାନ କରେ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ, ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ମାନବ ସେବା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟକୁ ଆହୁରି ନିଷ୍ଠାର ସହ ପାଳନ କରିବାକୁ ପ୍ରେରଣା ମିଳେ ବୋଲି ସେ କହିଥିଲେ। ଭକ୍ତି, ଆସ୍ଥା ଓ ମାନବ ସେବାର ସମନ୍ୱୟ ହିଁ ଜୀବନର ପ୍ରକୃତ ମୂଲ୍ୟବୋଧ ବୋଲି ଡଃ ନାୟକଙ୍କ ଏହି ଅନୁଭୂତିରୁ ପ୍ରତିଫଳିତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button