ପାତାଳୀ ଶ୍ରୀକ୍ଷେତ୍ର ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠିଆକିଆ ବେଶ

ସୁବର୍ଣ୍ଣପୁର, ୨୧/୧୧( ବିନାୟକ ନିୟୁଜ୍) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଲୀଳାକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରରେ ଆଜି ପବିତ୍ର କାର୍ତ୍ତିକ ମାସ ଦେବୋତ୍ଥାପନ ବଡ଼ ଏକାଦଶୀ ଅବସରରେ ଶ୍ରୀଜିଉ ମାନଙ୍କ ଲଷ୍ମୀ ନାରାୟଣ (ଠିଆ କିଆ ) ବେଶ ସମ୍ପନ୍ନ ହୋଇଯାଇଛି। ଆଜି ସକାଳୁ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ସୂର୍ଯ୍ୟ ଅର୍ଘ୍ୟ, ଦ୍ୱାରପାଳ ପୂଜା, ଖେଚୁଡ଼ି ଭୋଗ ପରେ ଶ୍ରୀଜିଉମାନଙ୍କୁ ବେଶ କରାଯାଇଥିଲା। ପରେ ପରେ ଭକ୍ତମାନଙ୍କୁ ଦର୍ଶନର ସୁଯୋଗ ଦିଆ ଯାଇଥିଲା। ବହୁ ସଂଖ୍ୟା ରେ ଭକ୍ତ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ କରି ବିଭୁ କୃପା ଲାଭ କରିଥିଲେ। ଏ ଅବସରରେ ସକାଳୁ ଏବଂ ସନ୍ଧ୍ୟାରେ ଠାକୁରଙ୍କୁ ବହୁ ଭକ୍ତ ବଡ଼ ଆଳତି ପ୍ରଦାନ କରିଥିଲେ। ପବିତ୍ର କାର୍ତ୍ତିକ ପଞ୍ଚୁକ ପର୍ବ ଚାଲିଥିବା ବେଳେ ବହୁ ସଂଖ୍ୟାରେ ହବିସିଆଳି ଠାକୁରଙ୍କ ଦର୍ଶନ କରିବା ଦେଖିବାକୁ ମିଳିଥିଲା। ଆସନ୍ତା ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁରଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବା ସହ ତା ୨୪. ୧୧. ୨୬ ପୂର୍ଣ୍ଣିମା ଦିନ ଶ୍ରୀଜିଉମାନଙ୍କ ରାଜରାଜେଶ୍ଵର(ସୁନା )ବେଶ ଅନୁଷ୍ଠିତ ହେବ। ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ ପୂଜକ ଗୁଣାକର ପଣ୍ଡା, ଜଗନ୍ନାଥ ହୋତା ଠାକୁରଙ୍କ ବେଶ ତଥା ନୀତି ସମ୍ପାଦନ କରୁଛନ୍ତି।



