ଓଡିଶା

ବାରଖମା ପଞ୍ଚାୟତରେ ବିଜେଡିର ସାଂଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ : କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ ୧୦ ଯୁବକ

ବାଲିଗୁଡ଼ା, ୨୪/୧୧ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ ସହ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି କ୍ଳେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳର ସାଂଗଠନିକ ମଜବୁତି, ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ଏବଂ ଆଗାମୀ ଦିନରେ ପଞ୍ଚାୟତସ୍ତରରେ ହେବାକୁ ଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ମିଡିଆକିଆ ସରପଞ୍ଚ ଅଶୋକ ମଲିକ, ସିନ୍ଦ୍ରିଗାଁ ସରମ୍ପଞ୍ଚ ରଘୁନାଥ ମଲିକ ଙ୍କ ସମେତ ବାଲିଗୁଡା ଏନଏସି ର ବିଜୁ କର୍ମୀମାନେ ଉପସ୍ଥିତ ଥିଲେ l ବୈଠକରେ ବାରଖମା ପଞ୍ଚାୟତ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ରଘୁନାଥ ପାତ୍ର, ଉପସଭାପତି ଭାବେ ସାନନ୍ଦ ମଲ୍ଲିକ, ସମ୍ପାଦକ ଭାବେ ମିହିର ଦିଗାଳ, ସହ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ଦିଗାଳ ଏବଂ କୋଷାଧ୍ୟକ୍ଷ ଭାବେ ଭାଗିରଥି ଦଣ୍ଡିଆଙ୍କୁ ଚୟନ କରାଯାଇଥିଲା। ଅନ୍ୟପକ୍ଷରେ ଏହି ବୈଠକ ଅବସରରେ ବାରଖମା ପଞ୍ଚାୟତର ଦିଗିପଡ଼ି ଅଞ୍ଚଳରୁ କଂଗ୍ରେସ ସମର୍ଥିତ ୧୦ ଜଣ ଯୁବକ ବିଜେଡିରେ ସାମିଲ ହୋଇଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନକଲ୍ୟାଣମୂଳକ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ଶଙ୍କର ଦିଗାଳ ଓ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏହି ଯୁବକ ମାନେ ଦଳରେ ଯୋଗ ଦେଇଥିଲେ। ନୂତନ ଭାବେ ଯୋଗ ଦେଇଥିବା ଯୁବକ ମାନଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିବା ସହ ଆଗାମୀ ଦିନରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ବାରଖମା ପଞ୍ଚାୟତରେ ନୂତନ କର୍ମକର୍ତ୍ତା ଚୟନ ଓ ଯୁବକ ଙ୍କ ଯୋଗଦାନ ଫଳରେ ବିଜେଡି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button