ଓଡିଶା

ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ।

ବଡ଼ଚଣା (ବିନାୟକ ନିୟୁଜ୍)  ପ୍ରାଚୀନ କଳିଙ୍ଗ ର ସମୃଦ୍ଧ ନୌ ବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ବୋଇତ ବନ୍ଦାଣ ଉତ୍ସବ କମିଟି ବନ୍ଧା ପଦ୍ମଲାଭ ପୁର ସ୍ଥିତ ଶ୍ୟାମସୁନ୍ଦର ମନ୍ଦିର ନିକଟରେ ବଡ ଗେଙ୍ଗୁଟି ନଦୀ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ସଂଯୋଜକ ପ୍ରଦୀପ କୁମାର ଧଳ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଫେସର ପବିତ୍ର ମୋହନ ମାହାଲା ଯୋଗ ଦେଇ ବୋଇତ ବନ୍ଦାଣ ଓଡ଼ିଆ ଅସ୍ମିତାର ପ୍ରତୀକ। ପ୍ରାଚୀନ କଳିଙ୍ଗ ର ନୌବାଣିଜ୍ୟ ପରମ୍ପରା ର ବାର୍ତ୍ତାବହ। ବିଶ୍ୱରେ ଓଡ଼ିଆ କଂର ସ୍ୱତନ୍ତ୍ର ପରିଚୟ ରହିଛି। ଓଡିଶାର ସାଧବ ପୁଅ ମାନେ ସୁଦୂର ଜାଭା, ସୁମାତ୍ରା ବୋର୍ଣ୍ଣିଓ, ବାଲି, ସିଂହଳ, ଇଣ୍ଡୋନେସିଆ ଆଦି ସ୍ଥାନ ମାନଙ୍କୁ ବାଣିଜ୍ୟ କରିବାକୁ ଯିବା ସହିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟ କ ପ୍ରଚାର ପ୍ରସାର ଦିଗରେ ଉଦ୍ୟମ କରିଥିଲେ। କାର୍ତ୍ତିକ ମାସ ପୂର୍ଣ୍ଣିମାରେ ଓଡ଼ିଆ ମାନେ ଆ କା ମା ବୈ କହି ଯେଉଁ ନୌକା ଭସାନ୍ତି ତାହା ପ୍ରାଚୀନ କଳିଙ୍ଗ ର ନୌ ବାଣିଜ୍ୟ ପରମ୍ପରାର ବାର୍ତ୍ତାବହ ବୋଲି କହିଥିଲେ। ଅନ୍ଯ ମାନଙ୍କ ମଧ୍ୟରେ କମିଟିର ସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ଧଳ, ସମ୍ପାଦକ ଉପେନ୍ଦ୍ର ସାମଲ୍,ପୂର୍ବତନ ଅଧ୍ୟକ୍ଷ ମନୋଜ୍ କୁମାର ଦାସ, ଯାଦବ ସଙ୍ଘ ସଭାପତି ଧୂଳେଶ୍ୱର ଦାସ,ଅଧ୍ୟାପକ ସଞ୍ଜୟ କୁମାର ସାମଲ,ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ସଭାପତି ଦେବରାଜ ବେହେରା, ରାମ ସେନା ଅଧ୍ୟକ୍ଷ ସୁଶାନ୍ତ ବିଶ୍ଵାଳ, ଉପ ସଭାପତି ପ୍ରଶାନ୍ତ ରାୟ, ଅବସର ପ୍ରାପ୍ତ ଶିକ୍ଷକ ଭଗବାନ୍ ପଣ୍ତା, ସଚିତ୍ର କୁମାର ମାହାଲା , କଳ୍ପତରୁ ରାଉତ, ମଦନ ବେହେରା,ପ୍ରଭାସ କୁମାର ଜେନା ପ୍ରମୁଖ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବ ର ମାହାତ୍ମ୍ୟ ବିଷୟରେ ଆଲୋଚନା କରି ଥିଲେ। ପ୍ରାରମ୍ଭରେ ସାଧବାଣୀ ମାନଙ୍କ ଦ୍ଵାରା ବୋଇତ ବନ୍ଦାପନା କରିବା ସହିତ ସାଧବ ପୁଅ ମାନଙ୍କୁ, ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ। ପରେ ପ୍ରଭୁ ଶ୍ୟାମସୁନ୍ଦର , ସଙ୍କଟ ମୋଚନ ହନୁମାନ ଓ ଜଗତ ଜନନୀ ମା ତାରିଣୀ ପୀଠରେ ପୂଜାର୍ଚ୍ଚନା କରାଯାଇ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶେଷରେ ବିଶ୍ୱନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୋଇତ ବନ୍ଦାଣ ଉତ୍ସବ ଦେଖିବା ପାଇଁ ବନ୍ଧା ପଦ୍ମଲାଭପୁର, ବେଣାପୁର , ଶାନ୍ତିପୁର, କୁନ୍ଦଳ ଆଦି ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button