ଓଡିଶା

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ସମ୍ବିଧାନର ପ୍ରସ୍ତାବନା ପାଠ ସହ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା

ଯାଜପୁର, ତା ୨୬/୧୧: ( ବିନାୟକ ନିୟୁଜ୍) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ପକ୍ଷରୁ ଆଜି ଜିଲ୍ଲାସ୍ତରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସିଭିଲ୍ କୋର୍ଟ ପରିସରସ୍ଥିତ ଭିଡିଓ କନଫରେନ୍ସିଂ ହଲ୍‌ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅମୃତ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ଅଦାଲତର ସମସ୍ତ ବିଚାରପତି ଯଥା ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ, ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରୀ ସର୍ବେଶ୍ୱର ଦାସ, ରେଜିଷ୍ଟ୍ରାର ଶ୍ରୀମତୀ ପଲ୍ଲବୀରାଣୀ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ନେହା ଅଗ୍ରୱାଲ, ବରିଷ୍ଠ ଦେୱାନୀ ବିଚାରପତି (ଏଲ୍.ଆର୍. ଏବଂ ଏଲ୍.ଟି.ଭି.) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ୍.ଡି.ଜେ.ଏମ୍. ଶ୍ରୀମତୀ ସୁମିତ୍ରା ବିଶ୍ୱାଳ, ଦେୱାନୀ ବିଚାରପତି ଶ୍ରୀମତୀ ସୁନୀତା ବିଶ୍ୱାଳ, ଜେ.ଏମ୍.ଏଫ୍.ସି. ଶ୍ରୀମତୀ ବୀଣାପାଣି ତାଣ୍ଡି ଏବଂ ଜେ.ଏମ୍.ଏଫ୍.ସି. (ଏଲ୍.ଆର୍. ଏବଂ ଏଲ୍.ଟି.ଭି.) ଶ୍ରୀ ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରାଯିବା ସହ ସମ୍ବିଧାନରେ ଉଲ୍ଲେଖିତ ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ୟ ଏବଂ ନାଗରିକମାନଙ୍କ ପାଇଁ ଉପଲବ୍ଧ ନିଃଶୁଳ୍କ ଆଇନ ସେବା ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରାଧିକରଣର ସଚିବ ଶ୍ରୀମତୀ ଲିପା ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାର୍ ଆସୋସିଏସନ୍‌ର ସଦସ୍ୟ, ପାରା ଲିଗାଲ୍ ଭଲେଣ୍ଟିୟର ଏବଂ କୋର୍ଟର କର୍ମଚାରୀମାନେ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button