ଓଡିଶା

ମା ଗଜଲକ୍ଷ୍ମୀ ପୂଜାରେ ରାଇରଙ୍ଗପୁର ସହର ଉତ୍ସବମୁଖର

ରାଇରଙ୍ଗପୁର: ୨୬\୧୦\୨୬ (ଶ୍ଯାମଳେନ୍ଦୁ ପରିଡା) ଗଜ ଲକ୍ଷ୍ମୀ ପୂଜା ହେଉଛି ଓଡିଶାର ଏକ ମହାନ ପୂଜା ଉତ୍ସବ l ଏହି ପୂଜା ମୁଖ୍ଯତଃ ଆଶ୍ବିନ ମାସର ଶୁକ୍ଳ ଅଷ୍ଠମୀ ତିଥିରେ ପାଳନ କରାଯାଏ l ଏହା ଓଡିଶାର ଘରେ ଘରେ ଉତ୍ସାହ ଓ ଶ୍ରଦ୍ଧାରେ ଆୟୋଜିତ ହୁଏ l ଗଜଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ବର୍ଯ୍ଯ ଓ ସମୁଦ୍ଧିର ଦେବୀ ଲକ୍ଷ୍ମୀ ଗଜ ଉପରେ ବିରାଜିତ ହୋଇଥାନ୍ତି l ହିନ୍ଦୁ ଧର୍ମରେ ଲୋକେ ଦେବୀ ଲକ୍ଷ୍ମୀଙ୍କୁ ଧନ ଓ ସମୁଦ୍ଧି ବୁଦ୍ଧି ଆଶାରେ ଆରଧନା କରିଥାନ୍ତି l ପୌରାଣିକ ଅନୁଯାୟୀ , ଗଜ ଅର୍ଥାତ୍ ହାତୀ ଏବଂ ଲକ୍ଷ୍ମୀ ହେଉଛନ୍ତି ସମୁଦ୍ଧିର ଦେବୀ l ବିଶ୍ବାସ ରହିଛି, ତାଙ୍କୁ ଉପାସନା କରିବା ଦ୍ବାରା ଘରେ ସୁଖ, ଶାନ୍ତି, ଧନ , ସମୁଦ୍ଧି, ଆନନ୍ଦ ଓ ଉଲ୍ଲାସ ବିରାଜମାନ କରିଥାଏ l ବ୍ଯବସାୟୀ ଓ ଗୁହସ୍ଥମାନେ ଏହି ଦିନରେ ବିଶେଷ ପୂଜା କରନ୍ତି l ଏହି ପୂଜା ପ୍ରାଚୀନ କାଳରୁ ଓଡିଶାରେ ପାଳନ ହୋଇଆସୁଛି ଓ ଏହାର ବିଶେଷ ସ୍ଥାନ ରହିଛି l ଏହି ପରିପ୍ରେକ୍ଷୀ ରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଲିଙ୍କରୋଡ ନିକଟରେ ଥିବା କ୍ରାନ୍ତିନଗର ଅଧିବାସୀମାନଙ୍କ ସହଯୋଗରେ ୧୯୧୮ ମସିହା ଠାରୁ ଦୀର୍ଘ ୯ ବର୍ଷ ଧରି ଭକ୍ତି ସହକାରେ ମା ଗଜଲକ୍ଷ୍ମୀ ପୂଜାର୍ଚ୍ଚନା ହୋଇଆସୁଛି l ଏଥିରେ କମିଟୀର ଦେବବ୍ରତ ରଥ ଶର୍ମା ମହାପାତ୍ର, ସତ୍ଯ ରଂଜନ ମହାପାତ୍ର, ବାସୁଦେବ ପାଲ, ଶୁଶାନ୍ତ ଦଳେଇ, ଅଶୋକ ବାଲ୍ମିକୀ, ମଧୁସୂଦନ ମହାନ୍ତ, ରାମ ପ୍ରବେଶ, ଅମରେଶ, ସିପୁମ ତଥା ଅନ୍ଯମାନେ ପରିଚାଳନାରେ ସହଯୋଗ କରିଥିଲେ l ମହୁଲଡିହା ଠାରେ ମା ଗଜ ଲକ୍ଷ୍ମୀ ପୂଜା କମିଟୀର ଏବର୍ଷ ୪୯ ତମ ବର୍ଷରେ ପଦାର୍ପଣ କରିଛି l ଏଥିରେ ସଭାପତି ରୋହିତ କୁମାର ଗିରି, ସମ୍ପାଦକ କିଶୋର କୁମାର ରଜକ, କୋଷାଧ୍ଯକ୍ଷ ପ୍ରଦୀପ ରାଉତ ତଥା କାର୍ଯ୍ଯକାରୀ ସଦସ୍ଯଗଣଙ୍କ ପରିଚାଳନାରେ ପ୍ରତିବର୍ଷ ପରି ଖୁର୍ବ ଧୁମଧାମ ଓ ଆନନ୍ଦସହକାରେ ପାଳିତ ହୋଇଯାଇଛି l ମୁଖ୍ଯ ପୂଜକ ପ୍ରସନ୍ନ କୁମାର ଷଡଙ୍ଗୀ, ସହଯୋଗୀ ଓମ ପ୍ରକାଶ ଷଡଙ୍ଗୀ, ଗୋସେଇଁ ତପନ କୁମାର ଦାସ ଙ୍କ ବେଦ, ମନ୍ତ୍ର ଓ ସ୍ତୁତିରେ ମା ଗଜଲକ୍ଷ୍ମୀ ଦେବୀଙ୍କ ପୂଜାର୍ଚ୍ଚନା ଓ ଆରଧନା କରିବା ଦ୍ବାରା ମହୁଲଡିହା ଅଞ୍ଚଳ ପରିସର ଆଧ୍ଯାତ୍ମିକ ବାତାବରଣ ଦେଖାଯାଇଥିଲା l ପ୍ରତିବର୍ଷ ପରି ଏଠାରେ ଆଜି ସୋମବାର ସୁନାମଧନ୍ଯ ମେଲୋଡି ପାର୍ଟି ବାଲେଶ୍ବର ରୁ ଆସି ସାଂସ୍କୁତିକ ସଂନ୍ଧ୍ଯାକୁ ଅଧିକ ରଙ୍ଗୀନ କରୁଥିବା ବେଳେ ଆସନ୍ତାକାଲି ମଙ୍ଗଳବାର ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରେକର୍ଡ ଡ୍ଯାନ୍ସ ପରିବେଷଣ ହେବାର କମିଟୀ ପକ୍ଷରୁ ସୂଚନା ଦେଇଛନ୍ତି l ବୁଧବାର ମାଙ୍କ ବିସର୍ଜନ ହେବ l କୁଚେଇବୁଢୀ ଦୁର୍ଗାମଣ୍ଡପ ଠାରେ ସଭାପତି ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ସମ୍ପାଦକ ଆଦର୍ଶ ମହାପାତ୍ର ତଥା କାର୍ଯ୍ଯକାରୀ ସଦସ୍ଯମାନଙ୍କ ପରିଚାଳନାରେ ମା ଗଜଲକ୍ଷ୍ମୀ ପୂଜା ସୁରୁଖୁର ରେ ହେଉଥିବା ବେଳେ ବିକାଶ ନଗର ଠାରେ ସଭାପତି ଦୀନବନ୍ଧୁ ପୁହାଣ, ସମ୍ପାଦକ ସୁଧୀର କୁମାର ମିଶ୍ର, କୋଷାଧ୍ଯକ୍ଷ ଅଶ୍ବିନୀ କୁମାର ପଣ୍ଡା ତଥା କାର୍ଯ୍ଯକାରୀ ସଦସ୍ଯଗଣଙ୍କ ପରିଚାଳନାରେ ମା ଗଜଲକ୍ଷ୍ମୀ ପୂଜାର୍ଚ୍ଚନା ହୋଇଥିଲା l କୁଚେଇବୁଢୀ ତଳସାହି ମା ଲକ୍ଷ୍ମୀ ମନ୍ଦିର ରେ ମାଙ୍କର ପୂଜାର୍ଚ୍ଚନା ଓ ଆରଧନା ଭକ୍ତମାନଙ୍କ ସହଯୋଗରେ ଭବ୍ଯ ଓ ଆନନ୍ଦ ସହକାରେ ହୋଇଥିଲା l ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ପଞ୍ଚାୟତ ର କଣ୍ଟାବଣୀ ଗ୍ରାମରେ ମା ଗଜ ଲକ୍ଷ୍ମୀ ପୂଜା କମିଟୀର ସମସ୍ତ ସଦସ୍ଯମାନଙ୍କ ପରିଚାଳନାରେ ଅତିଆନନ୍ଦ ଉଲ୍ଲାସରେ ମାଙ୍କର ପୂଜା ହୋଇଥିଲା l ସେହିପରି ରାଇରଙ୍ଗପୁର ସହରର ଅନ୍ଯାନ୍ଯ ସ୍ଥାନମାନଙ୍କରେ ତଥା ଉପଖଣ୍ଡର ଅନ୍ଯାନ୍ଯ ବ୍ଲକ ମାନଙ୍କରେ ଭକ୍ତମାନଙ୍କ ମେଳରେ ଖୁବ ଧୁମଧାମ ଓ ଆକର୍ଷଣୀୟ ଢଙ୍ଗରେ ମାଙ୍କ ପୂଜାକାର୍ଯ୍ଯ ହୋଇଥିଲା l ଭକ୍ତମାନେ ମାଙ୍କ ଠାରେ ନାନା ପ୍ରକାର ନୈବେଦ୍ଯ ଚଢାଇ ନିଜ ପରିବାର ସୁଖ, ଶାନ୍ତି, ସମୁଦ୍ଧି ଏବଂ ଶୁଭାଶିଷ କାମନା କରିଥିଲେ l କମିଟୀ ପକ୍ଷରୁ ସବୁଆଡେ ମାଙ୍କ ଠାରେ ଅନ୍ନ ପ୍ରସାଦ ଚଢାଯାଇ ଶ୍ରଦ୍ଧାଳୁମାନଙ୍କୁ ବଣ୍ଚନ କରାଯାଇଥିଲା l ସୁଉଚ୍ଚ ତୋରଣ ସହ ଲାଇଟ ସାଉଣ୍ଡ ଡେକୋରେସନରେ ମାଙ୍କ ମେଢ ମୁଖରିତ ହୋଇଥିଲା l

 

Related Articles

Leave a Reply

Your email address will not be published. Required fields are marked *

Back to top button