ଓଡିଶା
ଜନ୍ମଦିନ ରେ ରକ୍ତଦାନ ଶିବିର

ସୁବର୍ଣ୍ଣପୁର, ୨୪/୧୦ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନ୍ଦୁପାଲି ଜୁବୁଲି କଲ୍ୟାଣ ମଣ୍ଡପ ଠାରେ ମାହେଶ୍ୱରୀ ସେନା ର ସକ୍ରିୟ ସଦସ୍ୟ ଅଜିତ କର୍ମୀ ଙ୍କ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ଆଦର୍ଶ ଥାନା ଅଧିକାରୀ ଯଯାତି କେଶରୀ ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ସାମାଜିକ କର୍ମୀ ସୋନାଲି ବିଶି,ପ୍ରିୟବ୍ରତ ସାହୁ,କିଶୋର ହୋତା,ବିନାୟକ ମେହେର, ସିୟା ସମ୍ପାଦକ ସୁଦାମ ଗାଈଗରିଆ, ମାହେଶ୍ୱରୀ ସେନା ର ଜିଲ୍ଲା ସଂଯୋଜକ ସୁଧାଂଶୁ କର୍ଣ୍ଣ,ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।ସୋନପୁର ରକ୍ତ ଭଣ୍ଡାର ରୁ ଡ଼ ଅମିତ ମୁଦୁଲି, ଜଗତ ଦରୱାନ, ଟ୍ୱିଟୁ ଭୋଇ ରକ୍ତ ସଂଗ୍ରହ କରିଥିଲେ।ଏଥିରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।



